ଆଠଗଡ଼,୨୪।୬: ପଞ୍ଚାୟତ ବୈଠକ ପୂର୍ବରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ଭାଜପା ବିଜେଡି କର୍ମୀ ମୁଁହାମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ମୃତୟନ କରାଯାଇଛି। ଆଠଗଡ ବ୍ଲକରେ ଆଜି ପଞ୍ଚାୟତ ବୈଠକରେ ଆଠଗଡ ବିଧାୟକ ଯୋଗ ଦେବାର ଥିଲା। ବିଧାୟକ ଯୋଗ ଦେବା ପୂର୍ବରୁ ଉଭୟ କର୍ମୀ ନାରାବାଜି ଦେଇ ବ୍ଲକ ସମ୍ମୁଖରେ ହୋହଲ୍ଲା କରୁଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ବିଏନଏସ ୧୬୩ ଧାରା ଲାଗୁ କରାଯାଇଛି। ଘଟଣାସ୍ଥଳରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ସମେତ ଜଣେ ଅତିରିକ୍ତ ଏସପି, ୨ ଡିଏସପି ଓ ୮ରୁ ଉର୍ଦ୍ଧ୍ୱ ଆଇଆଇସି ମୁତୟନ କରାଯାଇଛି।