ଜି ଉଦୟଗିରି ୮।୧(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ) : ଜି ଉଦୟଗିରି ସହରରେ କ୍ରମାଗତ ୪ ଦିନ ଧରି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଗୁରୁବାର ଦିନ ସର୍ବ ନିମ୍ନ ତାପମାତ୍ରା ୨. ୫ ଡିଗ୍ରୀ ସେଲସିୟସ ରହିଛି। ଆଜିର ସର୍ବନିମ୍ନ ତାପମାତ୍ରା ଚଳିତ ବର୍ଷର ସବୁଠାରୁ କମ୍ ତାପମାତ୍ରା। ବୁଧବାର ଦିନ ୩ ଡିଗ୍ରୀ ଥିବାବେଳେ ଗୁରୁବାର ଦିନ ୨. ୫ ଡିଗ୍ରୀ ରହିଛି। ପ୍ରବଳ ଶୀତ ଯୋଗୁ ଦିନ ୧୦ଟା ସୁଦ୍ଧା ଘରୁ ବାହାରିବା କଷ୍ଟ ହେଉଛି। ସନ୍ଧ୍ୟା ହେଉ ହେଉ ଦୋକାନ ବଜାର ଶୂନଶାନ ହୋଇଯାଉଛି। କେବଳ ଚା ଷ୍ଟଲଗୁଡିକରେ ଭିଡ଼ ଜମୁଛି। ଶୀତରୁ ଟିକିଏ ଆରାମ ପାଇବା ପାଇଁ ଲୋକେ ନିଆଁ ପୁଇଁ ହେଉଛନ୍ତି। ସକାଳ ୯ ଘଣ୍ଟା ସୁଦ୍ଧା ଘନ କୁହୁଡି ରହଯାଉଛି। ଯାହା ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଗରୀବ ଲୋକମାନେ ଓ ଦିନ ମଜୁରିଆମାନେ ସକାଳୁ କାମକୁ ଯିବା କଷ୍ଟ ହେଉଛି। ଦିନସାରା ଘର ପାଇପ ପାଣିରେ ହାତ ଦେଇ ହେଉନାହିଁ। ଅନ୍ୟପଟେ ଶୀତର ମଜାନେବା ପାଇଁ ସହରକୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢ଼ି ଚାଲିଛି ।