ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା ଦର୍ଶାଇ ମୃତଦେହକୁ ଘରୋଇ ହସ୍ପିଟାଲ ସମ୍ମୁଖରେ ରଖି ନ୍ୟାୟ ଦାବିରେ ଲୋକେ ଧାରଣାରେ ବସିଛନ୍ତି ।
ସୂଚନା ମୁତାବକ, ଖଣ୍ଡରା ଅଞ୍ଚଳର ସୁଭଦ୍ରା ପାତ୍ର ଗତ ୨୫ ତାରିଖରେ ଯାଜପୁର ଟାଉନସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପ୍ରସବ ପାଇଁ ଆସିଥିଲେ। ଅସ୍ତ୍ରୋପଚାର କରି ଏକ ଶିଶୁ ପୁତ୍ରକୁ ଜନ୍ମ ଦେବାପରେ ମହିଳା ଜଣକ ଗୁରୁତର ହୋଇପଡ଼ିଥିଲେ। ମହିଳାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ ଦେହକୁ ଘରୋଇ ହସ୍ପିଟାଲ ସମ୍ମୁଖରେ ରଖି ନ୍ୟାୟ ଦାବିରେ ଧାରଣା ଦିଆଯାଇଛି। ଏ ନେଇ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ଭଙ୍ଗାରୁଜା, ଉତ୍ତେଜନା ଦେଖି କର୍ତ୍ତୃପକ୍ଷ ତାଲା ମାରି ଚମ୍ପଟ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ସେହି ଘୋରୋଇ ହସ୍ପିଟାଲରେ ଆଉ ଜଣେ ପ୍ରସୂତିଙ୍କ ମୃତ ହୋଇଥିଲା।

Dharitri – Odisha’s No.1 Odia Daily