ରାଜନୈତିକ ଦଳର ଜନ୍ମ ନିର୍ବାଚନ ଆୟୋଗଙ୍କ ରେଜିଷ୍ଟ୍ରେଶନରୁ ହୋଇଥାଏ: ECI

ନୂଆଦିଲ୍ଲୀ,୧୭।୮: ଭୋଟ ଚୋରି ପ୍ରସଙ୍ଗକୁ ନେଇ ନିର୍ବାଚନ କମିଶନ ରବିବାର ଖବରତାଦା ସମ୍ପିଳନୀରେ ମାଧ୍ୟମରେ କଡ଼ା ଜବାବ ରଖିଛନ୍ତି। ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର କହଛନ୍ତି, ନିବାଚନ ଆୟୋଗ ପାଇଁ କେହି ପକ୍ଷ କି ବିପକ୍ଷ ନ ଥାନ୍ତି ବରଂ ସମସ୍ତେ ସମକକ୍ଷ ଥାଆନ୍ତି । ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରନ୍ତି ନାହିଁ ବୋଲି କହିଛନ୍ତି। ଏପରିକି ବିହାର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି।

ବିହାରର ୭ କୋଟିରୁ ଊଦ୍ଧର୍‌ବ ମତଦାତା କେବେ ପ୍ରଶ୍ନ କରି ନାହାନ୍ତି। ଭୋଟ ଚୋରି ଭଳି ଅପଶଦ୍ଦ ବ୍ୟବହାର କରି ଜନସାଧାରଣଙ୍କୁ ଭ୍ରମିତ କରାଯାଉଛି। ସାମ୍ବିଧାନିକ ଅଧିକାରରୁ ନିର୍ବାଚନ ଆୟୋଗ ପଛଘୁଞ୍ଚା ଦେବେ ନାହିଁ। ମିଥ୍ୟା ଆରୋପରେ କେବେ ନିର୍ବାଚନ ଆୟୋଗ ଡରିଯିବେ ନାହିଁ। ବିହାରରେ SIR ଚାଲିଛି, ୧.୬ ଲକ୍ଷ ବୁଥସ୍ତରୀୟ ଏଜେଣ୍ଟ ଡ୍ରାଫ୍ଟ ତାଲିକା କରିଛନ୍ତି। ସମସ୍ତ ରାଜନୈତିକ ଦଳର ବୁଥସ୍ତରୀୟ ଏଜେଣ୍ଟ ଯାଞ୍ଚ କରି ଦସ୍ତଖତ କରିଛନ୍ତି। ଭୋଟରମାନେ ମୋଟ ୨୮,୩୭୦ ଦାବି ଏବଂ ଆପତ୍ତି ଦାଖଲ କରିଛନ୍ତି। ଏହାକୁ ସୁଧାରିବା ପାଇଁ ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ଯାଏଁ ତାରିଖ ନିର୍ଦ୍ଧାରିତ ହୋଇଛି । ଏବେ ବି ୧୫ ଦିନ ବାକି ଅଛି, ନିବାଚନ କମିସନ ସମସ୍ତ ରାଜନୈତିକ ଦଳ, ଆଞ୍ଚଳିକ ରାଜନୈତକ ଦଳ ଏବଂ ତାଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ଏଜେଣ୍ଟମାନେ ଯଦି କୌଣସି ତ୍ରୁଟି ଦେଖନ୍ତି ତେବେ ଫର୍ମ ଦ୍ବାରା ନିର୍ବାଚନ କମିସନକୁ ଜଣାଇପାରିବେ ବୋଲି ସେ କହିଛନ୍ତି ।

କୌଣସି ଅଭିଯୋଗ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ଅଛି । ହେଲେ ରାଜନୈତିକ ଦଳମାନେ ଭୋଟ ଚୋରି ଭଳି ଶବ୍ଦ ବ୍ୟବହାର କରିବା ପୂରାପୂରି ଭୁଲ। ଏଭଳି ଘଟଣାରେ କୋର୍ଟରେ ମାମଲା ଦାଖଲ କରିବା ଉଚିତ ବୋଲି ସେ କହିଛନ୍ତି। ଭୋଟରଙ୍କ ଫଟୋ, ନାମ ଏବଂ ପରିଚୟ ସାର୍ବଜନୀନ ଭାବେ ଦେଖାଉଛନ୍ତି, ତାହା ଭୁଲ ବୋଲି କହିଛନ୍ତି ନିର୍ବାଚନ କମିଶନର।

ସେ ଆହୁରି ମଧ୍ୟ କହିଛନ୍ତି, ଭାରତର ସମସ୍ତ ନାଗରିକ ମତଦାତା ହେବା ଏବଂ ମତଦାନ କରିବା ବି ଜରୁରୀ । ସବୁ ରାଜନୈତିକ ଦଳର ଜନ୍ମ ନିବାଚନ ଆୟୋଗଙ୍କ ରେଜିଷ୍ଟ୍ରେଶନରୁ ହିଁ ହୋଇଥାଏ । ତା’ହେଲେ ସେ ସବୁ ରାଜନୈତିକ ଦଳ ଭିତରେ ଭେଦଭାବ କେମିତି କରିପାରିବେ। ନିବାଚନ ଆୟୋଗ ପାଇଁ କେହି ପକ୍ଷ କି ବିପକ୍ଷ ନ ଥାନ୍ତି ବରଂ ସମସ୍ତେ ସମକକ୍ଷ ଥାଆନ୍ତି । ସେ ଯେ କୌଣସି ଦଳର ହୁଅନ୍ତୁ ପଛେ ନିର୍ବାଚନ ଆୟୋଗ ସାମ୍ବିଧାନିକ କର୍ତ୍ତବ୍ୟରୁ ପଛକୁ କେବେ ହଟିନି। ଗତ ୨୦ ବର୍ଷ ହେବ ଦେଶର ସବୁ ରାଜନୈତିକ ଦଳଗୁଡିକ ମତଦାତା ତାଲିକାରେ ତ୍ରୁଟି ସଂଶୋଧନ ପାଇଁ ଦାବି କରିଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ନିବାଚନ ଆୟୋଗ ବିହାରରୁ ଏସ୍‌ଆଇଆରର କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ଏହି ଏସଆଇଆର ପ୍ରକ୍ରିୟାରେ ସମସ୍ତ ମତଦାତା, ବୁଥ ଲେଭଲ ଅଫିସର ଓ ପଞ୍ଜିକୃତ ହୋଇଥିବା ରାଜନୈତିକ ଦଳ ଦ୍ବାରା ନାମିତ ୧.୬ ଲକ୍ଷ ବିଏଲଏ ମିଳିତ ଭାବେ ଏକ ପ୍ରାରମ୍ଭିକ ତାଲିକା ପ୍ରସ୍ତୁତ କରିଛନ୍ତି । ଏପରିକି ତ୍ରୁଟି ସୁଧାରିବାକୁ ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟ ମାନେ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇ ଦସ୍ତଖତ ମଧ୍ୟ କରିଛନ୍ତି । ପୂର୍ବରୁ ସ୍ବୟଂ ମତଦାତାମାନେ ୨୮,୩୭୦ ଅଭିଯୋଗ କରିଛନ୍ତି । ଏହାକୁ ସୁଧାରିବା ପାଇଁ ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ଯାଏ ତାରିଖ ନିର୍ଦ୍ଧାରିତ ହୋଇଛି । ଏବେ ବି ୧୫ ଦିନ ବାକି ଅଛି, ନିର୍ବାଚନ କମିସନ ସମସ୍ତ ରାଜନୈତିକ ଦଳ, ଆଞ୍ଚଳିକ ରାଜନୈତକ ଦଳ ଏବଂ ତାଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ଏଜେଣ୍ଟ ଯଦି କୌଣସି ତ୍ରୁଟି ଦେଖନ୍ତି ତେବେ ଫର୍ମ ଦ୍ବାରା ର୍ନିବାଚନ କମିସନକୁ ଜଣାଇପାରିବେ ବୋଲି ସେ କହିଛନ୍ତି।

Share