Categories: HomeHome Left

ଖଡ଼ିଆଳ ରେଞ୍ଜରେ ପକ୍ଷୀଗଣନା

ଖଡ଼ିଆଳ,୧୯ା୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ରେଞ୍ଜର ବିଭିନ୍ନ ଜଳାଶୟରେ ବନବିଭାଗ ପକ୍ଷରୁ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ମୋଟ୍‌ ୯ଟି ୟୁନିଟ୍‌ରେ ୭ଟି ଜଳାଶୟରେ ରବିବାର ସକାଳୁ ପକ୍ଷୀଗଣନା ହୋଇଥିଲା। ଗୋଟିଏ ୟୁନିଟ୍‌ରେ ୫ ଜଣ ବନ କର୍ମଚାରୀ ନିୟୋଜିତ ହୋଇଥିଲେ। ତିଖାଳି ଡ୍ୟାମ, ଯୁଜୁଘାଟ, ଡୁଆଝର, ରାଣୀମୁଣ୍ଡା, ଖାସବାହାଲ, ଉପରପିଟା ଏବଂ କୋଦାଳ ଜଳାଶୟରେ ପକ୍ଷୀଗଣନା ହୋଇଥିବା ଖଡ଼ିଆଳ ରେଞ୍ଜର ସୀତାରାମ ଶବର ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily