ରିଷଡ଼ା ୩।୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ରିଷଡ଼ା କନ୍ଧପଡା ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିରାଟ ପର୍ବ ଆରମ୍ଭ ହୋଇଯାଇଛି।
ପର୍ବର ତୃତୀୟ ରଜନୀରେ ବାଘ ମଲ୍ଲ ବଧ ଓ ଚନ୍ଦନଯାତ୍ରା ମଞ୍ଚସ୍ଥ ହୋଇଥିଲା ଅକ୍ଷୟ ତୃତୀୟାଠାରୁ ୭ଦିନ ବ୍ୟାପୀ ମହାଭାରତ ପୁରାଣରୁ ସଂଗୃହିତ ବିରାଟ ପର୍ବ ନାଟକ ବିଭିନ୍ନ ରାତିରେ ମଞ୍ଚସ୍ଥ ହେଉଛି। ଦର୍ଶକ ଏହାର ମଜା ନେଉଛନ୍ତି।
ବିରାଟ ଭୁମିକାରେ ନିତ୍ୟାନନ୍ଦ ଦଣ୍ଡସେନା ଅଭିନୟ କରୁଥିବା ବେଳେ କୋନ୍ତଭଟ ଭୁମିକାରେ ସଞ୍ଜୟ ଧରୁଆ, ଭୀମ କୈଳାଶ କୁମୁରା, ମନୁରାଜ ଦେବବ୍ରତ ଭୋଇ, ଅଗସ୍ତି କାର୍ତ୍ତିକ ରଣା, ମଲ୍ଲ ବବୁଲୁ ଦଣ୍ଡସେନା, ବାଘ ଶିବା ଭୋଇ, ଶବର ଚକାମନ ଭୋଇ, ଦୁଆରି ନେପାଳ ମାଝୀ, କିଚକ ହିମାଂଶୁ ଶେଖର ଭୋଇ, ଦ୍ରୌପଦୀ ରିଙ୍କୁ ଭୋଇ, ରାଣୀ କିଶୋର ରଣା ଏବଂ ସଖୀ ଭୁମିକାରେ ତେଜରାଜ ଦଣ୍ଡସେନା ଅଭିନୟ କରୁଛନ୍ତି।
ନାଟକ ପରିଚାଳନା ଅନ୍ତର୍ଯ୍ୟାମୀ ମଲ୍ଲିକ କରୁଥିବା ବେଳେ ହେମାଦ୍ରୀ ଭୋଇ, ଗୋବର୍ଦ୍ଧନ ମାଝୀ, ପକଜ ଭୋଇ, ନବୀନ ସାହୁ ନରେନ୍ଦ୍ର ପୁଟା, ଓକିଲ ମାଝୀ ନୀଳମଣି ମଲ୍ଲିକ, କଳାକାଷ୍ଣୁ ରଣା, ହିମାଂଶୁ ଶେଖର ସାହୁ, ମହେନ୍ଦ୍ର ପ୍ରଧାନୀ, ବିରାଟ ପର୍ବ ନାଟକ ସଭାପତି ଭୋଳାରାମ ଭୋଇ, ସମ୍ପାଦକ ତରୁଣ ରଣା ପ୍ରମୁଖ ସହଯୋଗ କରୁଛନ୍ତି। କର୍ତ୍ତା ଦାୟିତ୍ୱରେ ଉର୍ମିଳା ଦଣ୍ତସନା, ଦିଲୀପ ଦଣ୍ଡସେନା ପ୍ରମୁଖ ରହିଛନ୍ତି। ଚତୁର୍ଥ ରଜନୀ ର କିଚକ ବଧ ନାଟକ ମଞ୍ଚସ୍ଥ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।