ସରପଞ୍ଚଙ୍କୁ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା: ଦିଲ୍ଲୀ ସ୍ବାଧୀନତା ଦିବସରେ …

ପାଟଣା,୧।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ସରପଞ୍ଚ ବିନତୀ ବାନରା ନୂଆଦିଲ୍ଲୀର ୭୯ତମ ସ୍ବାଧୀନତା ଦିବସ ପରେଡରେ ପଞ୍ଚାୟତରାଜ ସଦସ୍ୟ ଭାବେ ଯୋଗଦେଇ ଫେରିଛନ୍ତି । ଏଥିସହ ସେ ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ରସରକାରଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ସ୍ବାଧୀନତା ଦିବସର ଗରିମାମୟ ଉପଲବ୍ଧି ସାଉଁଟିଛନ୍ତି। ଏ ଅବସର ମଙ୍ଗଳବାର ପାଟଣା ବ୍ଲକ କଂଗେସ ଦଳ ପକ୍ଷରୁ ବଡ ପାଟଣା ପଞ୍ଚାୟତ ସଭାଗୃହରେ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ସଭା ପାଟଣା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ଦାଶଙ୍କ ଅଧ୍ୟକ୍ଷତାରେ ଡୁମୁରିଆ ସରପଞ୍ଚ ଗୌର ହରି ନାଏକ, ଟାଙ୍ଗରପଡ଼ା ସରପଞ୍ଚ ଅନିରୁଦ୍ଧ ନାଏକ,ପୂର୍ବତନ ପାଟଣା ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମଣ ଦାଶ, ପୂର୍ବତନ ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ମିଶ୍ର, ବରିଷ୍ଠ ନେତାବାଇଧର ସାହୁ, ନିରଞ୍ଜନ କର,ବିଦ୍ୟାଧର ରାଉଳ ପ୍ରମୁଖ ସାମିଲ ହୋଇ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରିଥିଲେ।