ବନ୍ଧୁ ଘରୁ ଫେରୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌, ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ଜୁନାଗଡ଼,୧୩।୯(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାଲୋପଲା ଛକରେ ଶନିବାର ସାଂରେ ଏକ ପରିବା ବୋଝେଇ ପିକଅପ୍‌ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।ମୃତ ବାଇକ ଆରୋହୀଙ୍କ ନାମ ହରିଶଙ୍କର ମାଝୀ ଓ ସେ ଧନେର ଗ୍ରାମର ବୋଲି ଜଣାପଡିଛି। ଭବାନୀପାଟଣା ସ୍ଥିତ ଡୁମାଲ ଗାଁ ବନ୍ଧୁ ଘରକୁ ଯାଇ ଘରକୁ ଫେରୁଥିବା ବେଳେ ପିକଅପ ଧକ୍କା ଦେଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଖବର ପାଇ ପରିବାର ଲୋକେ କ୍ଷତିପୂରଣ ଦାବିରେ କାଲୋପଲା ଛକ ଜାତୀୟ ରାଜପଥ ୨୬ ଠାରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ଏବେ ବନ୍ଦ ରହିଛି।

Share