ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର ପୂର୍ବାହ୍ନ ସାଢ଼େ ୧୨ଟାବେଳେ ଏକ ଦୋକାନରୁ ପେଟ୍ରୋଲ ପକାଉ ଥିବାବେଳେ ହଠାତ୍ ଗୋଟେ ବାଇକ ଜଳିଯାଇଛି। ଚୂଡ଼ାମଣି ନିକଟସ୍ଥ ରାଧାନାଥପୁର ଆଡିଆ ଗ୍ରାମର ଯୁବରାଜ ମାଇତି ଓ ତାଙ୍କ ପୁଅ ରଣଜିତ ମାଇତି ବାସୁଦେବପୁର ବଜାରକୁ ଆସୁଥିବାବେଳେ ତାଙ୍କ ବାଇକରୁ ପେଟ୍ରୋଲ ସରିଯାଇଥିବାରୁ ନିକଟସ୍ଥ ଏକ ଦୋକାନରୁ ସେମାନେ ପେଟ୍ରୋଲ ପକାଇଥିଲେ। ଏହି ସମୟରେ ବାଇକଟି ହଠାତ୍ ଜଳିବାକୁ ଲାଗିଥିଲା। କିଛି ସମୟରେ ବାଇକଟି ଜଳି ଯାଇଥିଲା। ବିଳମ୍ବରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ସେତେବେଳକୁ ବାଇକଟି ଜଳିଯାଇଥିଲା।