ଦିଗପହଣ୍ଡି,୨୩ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତାରେ ରହୁଥିବା ଓକିଲ ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କ ବାଇକ୍ (ଓଆର ୦୭ ଆର -୬୩୩୪) ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଯାଇଛି। ଅଭିଯୁକ୍ତ ହେଲେ ଦିଗପହଣ୍ଡି ପାଇକ ସାହିରେ ରହୁଥିବା ଜଗନ୍ନାଥ ବିଷୋୟୀ।
ଗତ ଗୁରୁବାର ବିଳମ୍ବିତ ରାତିରେ ଆଇନଜୀବୀ ପାଢୀଙ୍କ ଘର ସମ୍ମୁଖରୁ ବାଇକ ଚୋରି ହୋଇ ଯାଇଥିଲା। ସେ ଶୁକ୍ରବାର ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ ପାତ୍ର ଏକ ମାମଲା( ନଂ. ୪୨୩/୨୫) ରୁଜୁ କରି ଏସଆଇ ସୋଫିଆ ମିଶ୍ରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ରବିବାର ଏସଆଇ ମିଶ୍ର ବାଇକ୍ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।