ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ରାଜେଶ କୁମାର ରାଉତଙ୍କ ଏକ ବାଇକ୍କୁ କେହି ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରୁ ଚୋରି କରିଥିବା ନେଇ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଆଇଆଇସି କିଶୋର କୁମାର ସାମଲ ଏତଲା ପ୍ରକାରେ ଥାନା ମାମଲା ନଂ.୧୦୭/୨୬ ଅନୁଯାୟୀ ମକଦ୍ଦମା ପଞ୍ଜୀକୃତ କରିଛନ୍ତି।
ଗତ ଫେବୃଆରୀ ୨୨ ତାରିଖ ରାତିରେ ସେ ଜଣେ ସମ୍ପର୍କୀୟଙ୍କ ଭୋଜି ଖାଇ ଘରକୁ ଫେରିଥିଲେ। ସେ ତାଙ୍କ ବାଇକ୍କୁ ଘର ସାମ୍ନାରେ ରଖିଥିଲେ। ସକାଳେ ତାଙ୍କ ବାଇକ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ବାଇକ ମିଳି ନ ଥିବା ଏତଲାରେ ଉଲ୍ଲେଖ ରହିଛି।
Dharitri – Odisha’s No.1 Odia Daily