ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ: ଚାଳକ ମୃତ

ବାଲିଗୁଡ଼ା,୧୦।୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ବାରଖମା ଫାଣ୍ଡି ଅଞ୍ଚଳରେ ଭାରସାମ୍ୟ ହରାଇ ଗଛରେ ବାଇକ୍‌ ପିଟିହେବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ, କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ବାରଖମା ଫାଣ୍ଡି ଅଞ୍ଚଳ ଚନ୍ଦ୍ର ମୋହନ ପାତ୍ରଙ୍କ ପୁତ୍ର ସମ୍ବିତ ପାତ୍ର ଏକ ବାଇକ ନଂ. ଓଡି-୧୨-ସି -୯୭୩୪ ନାମକରେ ବାରଖମାରୁ ନିଜର ବ୍ୟକ୍ତିଗତ କାମରେ ବାଲିଗୁଡ଼ା ଯିବା ସମୟରେ ଦିଗୀପଡ଼ି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣାଗସ୍ତ ହୋଇ ଜୀବନ ଚାଲିଯାଇଥିବା ଜଣାପଡିଛି। ଖବର ପାଇବା ପରେ ଆଖପାଖ ଅଞ୍ଚଳ ଲୋକେ ସଙ୍ଗେସଙ୍ଗେ ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧଙ୍କୁ ଜଣାଇବା ପରେ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପରିସ୍ଥିତି ଅନୁଧ୍ୟାନ କରିବା ସହ ମୃତ ଶରୀରକୁ ଜବତ କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଅଧିକ ତଦନ୍ତ ଜାରି ରଖିଥିବା ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily

Share
Tags: kandhamal