କୋକସରା-ଚିଲିଗୁଡା ରାସ୍ତାରେ ଟ୍ରକ୍‌ ପିଟିଲା ବାଇକ୍‌କୁ

କୋକସରା,୨୩।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥରେ କୋକସରା-ଚିଲିଗୁଡା ରାସ୍ତାରେ ସାମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ପାଇପ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ୨ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଛିଲିପାମଲା ଗ୍ରାମର ଚିନୁ ନାଗ(୧୯) ଓ ଚିଲିଗୁଡା ଗ୍ରାମର ଉପେନ୍ଦ୍ର ହଂସ।
ସୂଚନା ଅନୁଯାୟୀ, ସା ସମୟରେ ଚିନୁ ଓ ଉପେନ୍ଦ୍ର ଚିଲିଗୁଡାରୁ ବାଇକ ଯୋଗେ କୌଣସି କାମ ପାଇଁ କୋକସରା ଆସୁଥିଲେ। ଏହି ସମୟରେ ବିପରୀତ୍ତ ଦିଗରୁ ଆସୁଥିବା ଏକ ପାଇପ ବୋଝେଇ ଟ୍ରକ (ଟିଏନ ୫୨ଏଇ୯୫୧୪) ସେମାନଙ୍କ ବାଇକକୁ ମୁହାଁ ମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣା ଫଳରେ ଚିନୁ ନାଗ ପାଇପ ଭିତରେ ଫସିଥିବାବେଳେ ଉପେନ୍ଦ୍ର ରାସ୍ତାରେ ଛିଟିକି ପଡ଼ିଥିଲେ। ଖବର ପାଇ କୋକସରା ଅଗ୍ନିଶମ ବାହିନୀ, ସ୍ଥାନୀୟ ଗ୍ରାମବାସୀ ଓ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରି ଉଭୟ ଗୁରୁତରଙ୍କୁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଦୁର୍ଘଟଣା ଯୋଗୁ କିଛି ସମୟ ପାଇଁ ୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ଠପ ହୋଇଯାଇଥିଲା। କୋକସରା ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Share