ଛତ୍ରପୁର, ୨।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ଜାତୀୟ ରାଜପଥ କଲେଜ ଛକ ନିକଟରେ ବାଇକ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇତତ୍ବାବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳର ଧର୍ମେନ୍ଦ୍ର କର। ଆହତ ଜଣକ ହେଲେ ସନ୍ଦୀପ ଦାସ। ଏହି ଦୁଇ ଜଣ ଏକ ବାଇକ ଯୋଗେ ବେଙ୍ଗାଲୁରୁରୁ ନିଜ ଘରକୁ ଫେରୁଥିବାବେଳେ ଛତ୍ରପୁର ଜାତୀୟ ରାଜପଥ କଲେଜ ଛକ ନିକଟରେ ଏକ ଡିଭାଇଡରକୁ ପିଟି ଦେଇଥିଲେ। ତୁରନ୍ତ ସ୍ଥାନୀୟ ଲୋକ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଆଣିଥିଲେ। ସେଠାରେ ଧର୍ମେନ୍ଦ୍ରଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଛତ୍ରପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।