ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ: ରକ୍ତଦାନ କଲେ ବିଜୁପ୍ରେମୀ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଗୁରୁବାର ଓଡ଼ିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଅଜାତଶତ୍ରୁ ଆନନ୍ଦ ଆଚାର୍ଯ୍ୟଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏହି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଜିଲା ସଭାପତି ସୁଶାନ୍ତ ମହାପାତ୍ର, ବରିଷ୍ଠ ବିଜେଡି ନେତା ସମ୍ବିତ ଆଚାର୍ଯ୍ୟ, ଅଚ୍ୟୁତାନନ୍ଦ ମହାପାତ୍ର, ଗୌରହରି ମିଶ୍ର, ଜିଲା ପରିଷଦ ଉପାଧ୍ୟକ୍ଷ ମୋହନ ଲୁହା, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଉପ ନଗରପାଳ ରାଜେଶ ଅଗ୍ରୱାଲ, ଟାଉନ ବିଜେଡି ସଭାପତି କିଶୋର ମିଶ୍ର, ବରଗଡ଼ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ, ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା, ଯୁବନେତା ଜିତୁ ଭୋଇ, ଫାଇଟ ଅନ ରାଇଟ(ଫର୍‌)ର ଅଧ୍ୟକ୍ଷା ମୀନାକ୍ଷୀ ମିଶ୍ର, ଜିଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବିଜେଡି ନେତ୍ରୀ ଅନୁରାଧା ଅଗ୍ରୱାଲ, ଜିଲା ପରିଷଦ ସଭ୍ୟ ପୁଷ୍ପା ଭୋଇ, କାଉନସିଲର ଉମା ଚରଣ ରାଉତ, ବେଦମତୀ ସେଠ, ରାଜୁ ଦାଶ, ରୋଶନ ପଧାନ, ଜନକ ଅଗ୍ରଓ୍ବାଲ, ରାଜୁ ସିଂ, ପିକୁନ ମହନ୍ତି, ସୁନୀତି ପଣ୍ଡା, ଶାରଳା ବଗର୍ତ୍ତୀ, କବିତା ବେହେରା, ନିତୁ ମହାଣା, ଅକୃର ବାରିକ, ଜ୍ୟୋତ୍ସ୍ନା ପାଇକ, ଯୁବନେତା କରନ ସିକନ୍ଦର, ଶୟନ ପଣ୍ଡା, ଶେଖ ସବଦର, ନାଟୁ ଦାଶଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରାଯାଇ ଥିଲା। ନୂତନ ଜିଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ର (ଜାପାନ)ଙ୍କୁ ବରଗଡ଼ ବିଜେଡି ତରଫରୁ ଶୁଭେଚ୍ଛା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ରକ୍ତ ଦାନ ଶିବିରକୁ ରାକେଶ ପାଣିଗ୍ରାହୀ, ନରସିଂହ କର ସଂଯୋଜନା କରିଥିବା ବେଳେ ପରିଚାଳନା ରେ ବରଗଡ଼ ପୌର ପରିଷଦର ସମସ୍ତ କାଉନସିଲରଙ୍କ ସମେତ ସମିତି ସଭ୍ୟ ନବୀନ ନାଗ, ସରପଞ୍ଚ ପଦ୍ମଲୋଚନ ପ୍ରଧାନ ନିଲେଶ୍ୱର ସରପଞ୍ଚ ନିରଞ୍ଜନ ମଲ୍ଲିକ, ବୀରେନ ରଥ ପଞ୍ଚାନନ ବାଗ, ଉଦ୍ଧବ ସେଟ, ଉତ୍ତମ ସାହୁ, ଦୀପକ ଦେହେରୀ, ଅଭିନାଶ ମଲ୍ଲିକ ଦିବସ ପ୍ରଧାନ, ଅଶୋକ ବାରିକ ପ୍ରମୁଖ ସହଯୋଗ କରିଥିଲେ।