ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସମେତ ଖଲ୍ଲିକୋଟ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ମିତାଞ୍ଜଳି ମିଶ୍ର, ପୁରୁଷୋତ୍ତମପୁର ବ୍ଲକ ସଭାପତି ନୀଳମଣି ପଣ୍ଡା, ଏନ୍‌ଏସି ନଗର ସଭାପତି ପ୍ରଭାତ କୁମାର ପଟ୍ଟନାୟକ, କାଉନସିଲର ଅଶୋକ କୁମାର ମହାଙ୍କୁଡ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ପ୍ରକାଶ ନାୟକ, ଦାସ ବେହେରା, କମଳ ଲୋଚନ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ପୁରୁଷୋତ୍ତମପୁର ସହର ସ୍ଥିତ ପାଣ୍ଡିଆ ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ଯେପରି ଦଳ ସୁଦୃଢ ରହିବ ସେଥିନେଇ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପୂର୍ବତନ ବିଧାୟିକା ପରାମର୍ଶ ଦେଇଥିଲେ।

Dharitri – Odisha’s No.1 Odia Daily

Share