ଲାଞ୍ଜିଗଡ଼ ବ୍ଲକ ଯନ୍ତ୍ରୀଙ୍କୁ ମାଡ଼ ମାରି ଗାଳିଗୁଲଜ କରିଥିଲେ, ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ଲାଞ୍ଜିଗଡ, ୧୮।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ମାରିବା ଓ ଗାଳିଗୁଲଜ ଅଭିଯୋଗରେ ୩ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ବିଜେପୁର ପୋଲିସ I ସେମାନେ ହେଲେ ବେନଗାଁ ପଞ୍ଚାୟତ ପଦ୍ମଥୋପା ଗ୍ରାମର ଅଗସ୍ତି ହରିଜନ (୩୨), ଉଗ୍ରସେନ ହରିଜନ(୪୫) ଏବଂ କର୍ଣ୍ଣଦାନୀ ହରିଜନ (୩୫) ।

ସୂଚନାନୁସାରେ ଲାଞ୍ଜିଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ବିଦ୍ୟା ଟୁଡୁ ଗୁରୁବାର ଦିନ ବ୍ଲକ ସହକାରୀ ଯନ୍ତ୍ରୀ ଏବଂ ଗ୍ରାମ ରୋଜଗାର ସେବକଙ୍କ ସହିତ ସରକାରୀ କାର୍ଯ୍ୟରେ ବେନଗାଁ ପଞ୍ଚାୟତ ଠାରେ ମନରେଗା କାର୍ଯ୍ୟର ତଦାରଖ ପାଇଁ ଯାଇଥିଲେ। ସେହି ସମୟରେ ଅଗସ୍ତି ହରିଜନ, ଉଗ୍ରସେନ ହରିଜନ ଏବଂ କର୍ଣ୍ଣଦାନୀ ହରିଜନ ତିନିଜଣ ମିଶି ଯନ୍ତ୍ରୀ ଟୁଡୁଙ୍କୁ କୌଣସି କାର୍ଯ୍ୟ ହୋଇ ନ ଥିବା ବିଲ୍‌ ପେମେଣ୍ଟ କରିବା ପାଇଁ ବାଧ୍ୟ କରିଥିଲେ। କିନ୍ତୁ ଟୁଡୁ ରାଜି ନ ହେବାରୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ମୁଣ୍ଡକୁ ମୁଥ ଏବଂ ଗାଲକୁ ଚାପୁଡ଼ା ମାରିଥିବା ନେଇ ଯନ୍ତ୍ରୀ ଟୁଡୁ ବିଜେପୁର ଥାନାରେ ଗୁରୁବାର ଏକ ଲିଖିତ ଅଭିଯୋଗ କରିଥିଲେ I ଯନ୍ତ୍ରୀଙ୍କ ଅଭିଯୋଗ ଆଧାରରେ ତିନି ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣି ତଦନ୍ତ ଚଳାଇଥିଲେ I ଏନେଇ ବିଜେପୁର ଥାନା କେଶ ନଂ.୪/୨୫ରେ ଧାରା ୨୯୬/୧୧୫ (୨)/୨୨୧/୧୩୨/୧୩୧(ଆଇ)/୩୫୧(୨)/୩(୫) ବିଏନଏସ ଏବଂ ୨୦୨୩ ର ୱାଇ ଧାରା ୨୯୬/୧୧୫ (୨)/୨୨୧/୧୩୨/୧୩୧(ଆଇ)/୩୫୧(୨)/୩(୫)୧୦୯ ବିଏନ୍‌ଏସ୍‌ ଅନୁଯାୟୀ ତିନି ଅଭିଯୁକ୍ତଙ୍କୁ ଶୁକ୍ରବାର ସାରେ କୋର୍ଟ ଚାଲାଣ କରିଥିବା ବିଜେପୁର ଥାନାଧିକାରୀ ନୀଳାମ୍ବର ଯାନୀ ପ୍ରକାଶ କରିଛନ୍ତି I