ପାଟ୍ନା,୧୪ା୧୧: ଦୀର୍ଘଦିନ ଧରି ବିହାର ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚାର ଶୁକ୍ରବାର ଅବସାନ ଘଟିବ। ବିହାର ଫଳାଫଳ ଉପରେ ଦେଶବ୍ୟାପୀ ସମସ୍ତଙ୍କ ନଜର ରହିଛି।
ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ୮ଟାରୁ ପୋଷ୍ଟାଲ ବାଲଟ, ସାଢ଼େ ୮ଟାରୁ EVM ଗଣତି ଆରମ୍ଭ ହେବ। ମୋଟ୍ ୪୬ କାଉଣ୍ଟିଂ ସେଣ୍ଟରରେ ଭୋଟ୍ ଗଣତି ହେବ। ଏନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।