Coronavirus virus outbreak and coronaviruses influenza background as dangerous flu strain cases as a pandemic medical health risk concept with disease cells as a 3D render
ନୂଆଦିଲ୍ଲୀ,୧୧ା୬:ଦେଶରେ ବୁଧବାର କାରୋନା ଭାଇରସ୍ ସଂକ୍ରମଣଜନିତ ୬,୧୪୮ ମୃତ୍ୟୁ ଘଟିଛି। ମହାମାରୀ ଆସିବା ପରଠାରୁ ଦିନକ ଭିତରେ ସଂକ୍ରମିତଙ୍କ ଜୀବନ ଯିବାରେ ଏହା ସର୍ବାଧିକ। ତେବେ ଏହାଠାରୁ ଅଧିକ ମୃତ୍ୟୁ ମଧ୍ୟ କୌଣସି ଦିନ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ ବିହାରର ନୀତୀଶ କୁମାର ସରକାର ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ସତ କହୁ ନ ଥିଲେ। ପାଟନା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସତ ପଦାକୁ ଆସିବାରୁ ମୃତ୍ୟୁସଂଖ୍ୟା ଏତେ ବଡ଼ ଦେଖାଯାଉଛି। ଅନ୍ୟ ରାଜ୍ୟଗୁଡ଼ିକ ନିଜ ନିଜ ପ୍ରକୃତ ମୃତ୍ୟୁସଂଖ୍ୟା ସାମ୍ନାକୁ ଆଣିଲେ ହୁଏତ ଆହୁରି ନୂଆ ରେକର୍ଡ ସୃଷ୍ଟି ହୋଇପାରେ।
ବିହାରରେ ୯,୪୨୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଲାଣି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ବିହାରରେ ପୂର୍ବରୁ ମୃତ୍ୟୁସଂଖ୍ୟା ୩,୯୫୧ ବୋଲି ଦର୍ଶାଯାଇଥିଲା। ରାଜ୍ୟ ସରକାର ମୃତ୍ୟୁସଂଖ୍ୟା ଲୁଚାଉଛନ୍ତି ବୋଲି ଅଭିଯୋଗ ଆସିବା ପରେ ପାଟନା ହାଇକୋର୍ଟ ଏହାର ଅଡିଟ୍ କରିବା ପାଇଁ ତାଗିଦ କରିଥିଲେ। ସମସ୍ତ ୩୮ ଜିଲାରେ ୨୦ ଦିନ ଧରି ସମୀକ୍ଷା କରିବା ପରେ ନୂଆ ସଂଖ୍ୟା ସାମ୍ନାକୁ ଆସିଛି। ଘରୋଇ ହସ୍ପିଟାଲ, ହୋମ୍ ଆଇସୋଲେଶନ ଏବଂ କୋଭିଡ୍ ପରବର୍ତ୍ତୀ ଜଟିଳତା ଯୋଗୁ ଏପରି ଘଟିଥିଲା ବୋଲି ରାଜ୍ୟର ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରତ୍ୟୟ ଅମ୍ରିତ କହିଛନ୍ତି। ଏହାକୁ ପୁନଃ ସମୀକ୍ଷା କରି ୫,୫୦୦ ନୂଆ ସଂଖ୍ୟାକୁ ମିଶାଇ ଅପ୍ଡେଟ୍ କରାଯାଇଛି। ତେବେ ମୃତ୍ୟୁସଂଖ୍ୟାରେ ୭୨.୮% ଅଭିବୃଦ୍ଧିର କାରଣ କ’ଣ ଏବଂ କେଉଁ କେଉଁ ଜିଲାରେ ଅତିରିକ୍ତ ମୃତ୍ୟୁ କେବେ କେବେ ଘଟିଥିଲା ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ରାଜ୍ୟରେ ୭,୧୫,୧୭୯ ସଂକ୍ରମିତ ଥିବା ବିହାର ସରକାର ସୂଚନା ଦେଇଛନ୍ତି। ବିହାରର ନୂଆ ମୃତ୍ୟୁକୁ ମିଶାଇ ଭାରତରେ ଦୈନିକ ମୃତ୍ୟୁସଂଖ୍ୟା ୬,୧୪୮ରେ ପହଞ୍ଚତ୍ବା ସର୍ବକାଳୀନ ରେକର୍ଡ। ଏଥିସହ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩,୫୯,୬୭୬ ଛୁଇଁଛି। ଏହା ପୂର୍ବରୁ ମଙ୍ଗଳବାର ଦେଶରେ ୨,୨୧୯ ଜଣଙ୍କ କରୋନା ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ଦେଶରେ ଲଗାତର ତୃତୀୟ ଦିନ ଧରି ଦୈନିକ ସଂକ୍ରମଣ ଲକ୍ଷେ ତଳେ ରହିଛି। ଗତ ୨୪ ଘଣ୍ଟାରେ ୯୨,୫୬୯ ନୂଆ ମାମଲା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୧,୮୩,୧୨୧ରେ ପହଞ୍ଚତ୍ଛି। ସର୍ବାଧିକ ପ୍ରଭାବିତ ତାମିଲନାଡୁରେ ୧୭,୩୨୧, କେରଳ ୧୬,୨୦୪, ମହାରାଷ୍ଟ୍ର ୧୦,୯୮୯, କର୍ନାଟକ ୧୦,୯୫୯ ଓ ଆନ୍ଧ୍ରପ୍ରଦେଶରେ ୮,୭୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୫ ରାଜ୍ୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୮% ରହିଛନ୍ତି। କେବଳ ତାମିଲନାଡୁରେ ହେଉଛି ୧୮.୪୨%। ଏହି ଅବଧି ମଧ୍ୟରେ ଆରୋଗ୍ୟଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୭୬,୫୫,୪୯୩ରେ ପହଞ୍ଚତ୍ଛି। ତେବେ ସକ୍ରିୟ ମାମଲା ୧୧,୬୭,୯୫୨କୁ ଖସିଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅପ୍ଡେଟ୍ କରାଯାଇଛି।