ପାଟନା,୨୧ା୧୧: ଜେଡିୟୁ ନେତା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଗୋଟିଏ ଦିନ ପରେ ଶୁକ୍ରବାର ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ଦାୟିତ୍ୱ ଦିଆଯାଇଛି। ପ୍ରଥମ ଥର ପାଇଁ ବିହାରରେ ଭାଜପାକୁ ଗୃହ ବିଭାଗ ମିଳିଛି।
ସେହିପରି ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କୁ ରାଜସ୍ବ ବିଭାଗ ମିଳିଥିବା ବେଳେ ବିଧାୟକ ରାମକୃପାଳ ଯାଦବଙ୍କୁ କୃଷି ବିଭାଗ ଦିଆଯାଇଛି। ଶ୍ରେୟସୀ ସିଂଙ୍କୁ ସୂଚନା ପ୍ରସାରଣ ଓ କ୍ରୀଡ଼ା ବିଭାଗ ମିଳିଛି।
ନୀତୀନ ନବୀନଙ୍କୁ ରାସ୍ତା ନିର୍ମାଣ ବିଭାଗ, ନଗର ଉନ୍ନୟନ ଏବଂ ଗୃହ ନିର୍ମାଣ ବିଭାଗ ଦିଆଯାଇଥିବା ବେଳେ ସଞ୍ଜୟ ଟାଇଗରଙ୍କୁ ଶ୍ରମ ସମ୍ପଦ ବିଭାଗ, ଅରୁଣ ଶଙ୍କର ପ୍ରସାଦଙ୍କୁ ପର୍ଯ୍ୟଟନ ବିଭାଗ, କଳା, ସଂସ୍କୃତି ଏବଂ ଯୁବ ବିଭାଗ ଏବଂ ସୁରେନ୍ଦ୍ର ମେହେଟ୍ଟାଙ୍କୁ ପଶୁ ଏବଂ ମତ୍ସ୍ୟ ସମ୍ପଦ ବିଭାଗ ନ୍ୟସ୍ତ କରାଯାଇଥିବା ସୂଚନା ମିଳିଛି।
ନାରାୟଣ ପ୍ରସାଦଙ୍କୁ ବିପର୍ଯ୍ୟୟ ପରିଚାଳନା ବିଭାଗ, ରାମା ନିଷାଦଙ୍କୁ ପଛୁଆ ବର୍ଗ ଏବଂ ଅତ୍ୟନ୍ତ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଲଖେନ୍ଦ୍ର ପାଶୱାନଙ୍କୁ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ବିଭାଗ, ପ୍ରମୋଦ ଚନ୍ଦ୍ରବଂଶୀଙ୍କୁ ସମବାୟ ବିଭାଗ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମିଳିଥିବା ସୂଚନା ମିଳିଛି।
Dharitri – Odisha’s No.1 Odia Daily