ନିର୍ବାଚନ ସଭାରେ ଲାଲୁ ଯାଦବଙ୍କ ୯ ସନ୍ତାନ ବିଷୟରେ ଉଠାଇଲେ ମୁଖ୍ୟମନ୍ତ୍ରୀ

ପାଟନା,୨୭।୧୦: ବିହାରର ରାଜନୈତିକ ଯୁଦ୍ଧରେ କିଏ ଜିତିବ ନଭେମ୍ବର ୧୦ରେ ନିଷ୍ପତ୍ତି ନିଆଯିବ। କିନ୍ତୁ ଏହା ପୂର୍ବରୁ ନିର୍ବାଚନ ଯୁଦ୍ଧ ବ୍ୟକ୍ତିଗତ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୈଶାଲୀ ଜିଲାର ମହାନାର ନିର୍ବାଚନ ମଞ୍ଚରୁ ଲାଲୁ ଯାଦବଙ୍କୁ ଆକ୍ରମଣ କରିଥିଲେ। ନୀତୀଶ କହିଛନ୍ତି ଯେ ୮-୮, ୯-୯ ପିଲା ଜନ୍ମ କରୁଥିବା ବ୍ୟକ୍ତି ବିହାରର ବିକାଶ କରିବାକୁ ଯାଉଛନ୍ତି। ପୁଅକୁ ଚାହିଁ ଚାହିଁ ଅନେକ ଝିଅ ଜନ୍ମ ହେଲେ, ଏହାର ଅର୍ଥ ଝିଅ ଉପରେ ଭରସା ନାହିଁ। ଏହିପରି ଲୋକମାନେ ବିହାରର ଭଲ କରିବେ କି? ଯଦି ଏଭଳି ରାଜନେତାମାନଙ୍କୁ ଲୋକେ ଆଦର୍ଶ ମାନିବେ, ତେବେ ବିହାରର ଅବସ୍ଥା କ’ଣ ହେବ, ପଚାରିବାକୁ କେହି ନ ଥିବେ, ସମସ୍ତେ ବରବାଦ ହୋଇଯିବେ ଆମେ ସେବା କରୁ ବୋଲି ନୀତିଶ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏଭଳି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।