Categories: Home Leftଖେଳ

ଜାଡେଜାଙ୍କ ବୋଲିଂ ଆକଶନ୍‌ କପି କଲେ ବୁମରା

ନୂଆଦିଲ୍ଲୀ,୧୦।୧୧: ଆଧୁନିକ କ୍ରିକେଟର ଅନ୍ୟତମ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପ୍ରଶଂସକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ତାଙ୍କ ସାଥି ଖେଳାଳି ଯଶପ୍ରୀତ ବୁମରା। ଆଇସିସି ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଭିଡିଓରେ ନେଟ୍‌ ସେସନରେ ଭାରତୀୟ ପେସର ଜାଡେଜାଙ୍କ ବୋଲିଂ ଷ୍ଟାଇଲକୁ କପି କରୁଥିବା ଦେଖିବାକୁ ମିଳିଛି। ଏହାର କ୍ୟାପଶନରେ ବୁମରା, ଜାଡେଜାଙ୍କ ବଡ଼ ଫ୍ୟାନ ବୋଲି ଆଇସିସି ଉଲ୍ଲେଖ କରିଛି।

ଚଳିତ ଟି୨୦ ବିଶ୍ୱକପ୍‌ରେ ସେମିଫାଇନାଲରେ ସ୍ଥାନ ପାଇବାରେ ବିଫଳ ହୋଇଥିବା ଭାରତୀୟ ଦଳର ଅଂଶ ଥିଲେ ଦୁଇ ଖେଳାଳି। ସୁପର-୧୨ ପର୍ଯ୍ୟାୟରେ ଗ୍ରୁପ୍‌-୨’ର ତୃତୀୟ ସ୍ଥାନରେ ରହି ଟିମ୍‌ ଇଣ୍ଡିଆ ତା’ର ଅଭିଯାନ ଶେଷ କରିଥିଲା। ଏଭଳି ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ଖେଳାଳିମାନେ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟି୨୦ ସିରିଜ୍‌ରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି।