ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ପୋଲିସର ବଡ଼ ପଦକ୍ଷେପ ଲୋକଙ୍କୁ ବିଭିନ୍ନ ଆଇନ ସେବା ଯୋଗାଇଦେବାକୁ ପୋଲିସର ପ୍ରୟାସ ଏବେ ସବୁଠି ଚର୍ଚ୍ଚା। ପ୍ରକାଶ ଯେ କନ୍ଧମାଳ ଏସପି ହରିଶ ବିସିଙ୍କ ନେତୃତ୍ୱରେ ପୋଲିସ ଆରମ୍ଭ କରିଛି। ଆପ ‘ସାଥି’ ଯେଉଁ ଆପରେ ରହିଛି। ଏକାଧିକ ସୁବିଧା ବିଶେଷ କରି ଇ-ଏଫଆଇଆର ଦାଖଲ ଓ ତାର ସ୍ଥିତି ସମ୍ପର୍କରେ ଜାଣିବା ବ୍ୟବସ୍ଥା ଏହି ଆପ ‘ସାଥି’ରେ ବ୍ୟବସ୍ଥା ରହିଛି। ଏଥିସହ ଥାନା ଅଞ୍ଚଳ ଗୁଡିକର ଲୋକେସନ, ଜରୁରୀକାଳୀନ କଲ ବ୍ୟବସ୍ଥା ସହ ପୋଲିସର ସେବା ସମ୍ପର୍କରେ ମତାମତ ଦେବାର ସୁବିଧା ରହିଛି। ଏଥିପାଇଁ ପୋଲିସ ପକ୍ଷରୁ ଏହି ଆପରେ ଥିବା ଏକ କ୍ୟୁଆର ବାର କୋଡ଼ ରହିଛି। ଲୋକମାନେ ମୋବାଇଲରେ ସ୍କାନର ଦେଖାଇବା କ୍ଷଣି ଆପ୍ଟି ଖୋଲିବା ସହ ହ୍ବାଟ୍ସଆପ ଖୋଲିବ ଏବଂ ସମସ୍ତ ନିୟମାବଳୀ ଖୋଲିବା ବ୍ୟବସ୍ଥା ରହିିଛି। ଡିଏସପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝୀଙ୍କ ନେତୃତ୍ୱରେ ଏହି ଆପ ରହିଥିବା ପୋଷ୍ଟର ବିଭିନ୍ନ ଗ୍ରାମ, ଗାଁ ଛକରେ ଲଗାଯାଇଛି। ଏହି ଆପକୁ କିଭଳି ନିଜ ମୋବାଇଲରେ ବ୍ୟବହାର କରିବେ ଓ କ’ଣ ସବୁ ଫାଇଦା ଦେବ ସେ ନେଇ ଡିଏସପି କନକ ମାଝୀ, ଏସଆଇ ଜୟନ୍ତ ସେଠୀ, ଲଷ୍ମୀ ମାଝୀ, ଏଏସଆଇ ଅର୍ଜୁନ ଶବର, ଶ୍ରୀନିବାସ ରାଓ ପ୍ରମୁଖ ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଇବା ସହ ଲୋକଙ୍କୁ ସଚେତନ କରିଛନ୍ତି।