ପର୍ଥ,୧୫ା୧: ହାମ୍ଷ୍ଟ୍ରିଙ୍ଗ ଇଞ୍ଜୁରୀ ପାଇଁ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ଜୋସ୍ ହାଜେଲ୍ଉଡ୍ ଆସନ୍ତା ଶୁକ୍ରବାର ପର୍ଥଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଆଶେସ ଟେଷ୍ଟରେ ଖେଳିବେନାହିଁ।
ପ୍ରାଥମିକ ସ୍କାନ ପରେ ଆଘାତ ଗୁରୁତର ନୁହେଁ ବୋଲି କୁହାଯାଇଥିଲା। ମାତ୍ର ପରେ ଏକ ସ୍କାନ ଦ୍ୱାରା ଜଣାପଡ଼ିଥିଲା ଯେ, ସେ ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ମୁକ୍ତ ନୁହଁନ୍ତି। ପ୍ୟାଟ କୁମିନ୍ସଙ୍କ ପରେ ପର୍ଥ ଟେଷ୍ଟ ନ ଖେଳିବାରେ ସେ ଦ୍ୱିତୀୟ ଖେଳାଳି। ଅଷ୍ଟ୍ରେଲିଆର ଫାଷ୍ଟ ବୋଲିଂ ଆକ୍ରମଣ ଉପରେ ଏହା ପ୍ରଭାବ ପକାଇବ। ଫଳତଃ ବ୍ରେଣ୍ଡନ ଡଗେଟ୍ଙ୍କ ପାଇଁ ଏକ ଆଶେସ ଟେଷ୍ଟ ପଦାର୍ପଣର ସୁଯୋଗ ଦେଖା ଦେଇଛି।
ବୁଧବାର ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଏକ ଶିଫିଲ୍ଡ ଶିଲ୍ଡ ଘରୋଇ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳୁଥିବା ବେଳେ ହାଜେଲଉଡ୍ ଯନ୍ତ୍ରଣା ଅନୁଭବ କରିଥିଲେ। ହାଜେଲଉଡ୍ ବିମାନ ଯୋଗେ ସାଥୀ ଖେଳାଳିମାନଙ୍କ ସହ ପର୍ଥ ନ ଯାଇ ଘରେ ବିଶ୍ରାମ ନେବେ। ତେବେ ସେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିବା ଲାଗି ଫିଟ୍ ହୋଇପାରିବେ କି ନା ତାହା ସ୍ପଷ୍ଟ ହୋଇପାରି ନାହିଁ।
Dharitri – Odisha’s No.1 Odia Daily