ପୁରୁଷୋତ୍ତମପୁର,୨୦।୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ନେଇ ରବିବାର ବଡ଼ ଧରଣର ଚଢାଉ ହୋଇଛି।
ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର ସଙ୍ଗିତାସେଠୀ, ଥାନା ଅଧିକାରୀ ରାଜେଶ କୁମାର ନାୟକ, ବ୍ରହ୍ମପୁର ଖଣି ବିଭାଗର କନିଷ୍ଟ ଅଧିକାରୀ ସନ୍ତୋଷକୁମାର ବେହେରାଙ୍କ ସହ ବିଭାଗିୟ କର୍ମଚାରୀ ଏବଂ ପୋଲିସ ଫୋର୍ସ ମୁକୁନ୍ଦପୁର ଓ ଜଗନ୍ନାଥପୁର ଅଞ୍ଚଳରେ ଚଢାଉ କରି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଚ୍ଛିତ ରହିଥିବା ବାଲିକୁ ଚିହ୍ନଟ କରିଛନ୍ତି। ଏହି ବାଲି କେଉଁଠାରୁ ଆସିଲା କିଏ ରଖିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି।