ସାଧାରଣତନ୍ତ୍ର ଦିବସରେ ବଡ଼ ଅଘଟଣ: ଚୁଆରେ ବୁଡିଗଲେ ଶିଶୁକନ୍ୟା, ଆଉ ତା’ପରେ…

ଦାରିଙ୍ଗବାଡି, ୨୬।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦନେକବାଡି ପଞ୍ଚାୟତ ପାଡ଼ନକେତା ଗ୍ରାମରରେ ଘଟିଯାଇଛି ବଡ଼ ଅଘଟଣ । ଜଣେ ଶିଶୁ କନ୍ୟାଙ୍କ ଚୁଆର ଭରି ପାଣିରେ ବୁଡି ଅମୁଲ୍ୟ ଜୀବନ ଚାଲିଯାଇଛି। ମୃତ ଶିଶୁ କନ୍ୟା ହେଲେ ଉକ୍ତ ଗ୍ରାମର ଆକାଶ ପ୍ରଧାନଙ୍କ ଝିଅ ଆୟୁଷୀ (୪)ବୋଲି ଜଣାପଡିଛି। ଆୟୁଷୀଙ୍କ ମୃତଦେହକୁ ପୋଲିସ ଜବତ କରି ବ୍ୟବଛେଦ ପାଇଁ ମେଡିକାଲ ରେ ରଖିଥିବା ଜଣାପଡିଛି।
ପ୍ରକାଶ ଯେ, ଆୟୁଷୀ ପାଡ଼ନକେତା ଅଙ୍ଗନାୱାଡିରେ ପଢୁଛନ୍ତି। ସୋମବାର ସାଧାରଣତନ୍ତ୍ର ଦିବସ ରହିଥିବାରୁ ସେ ଉକ୍ତ ଉତ୍ସବରେ ଯୋଗଦେବାକୁ ଯାଇ କାର୍ଯ୍ୟକ୍ରମ ସାରିବା ପରେ ଘରକୁ ଫେରିଥିଲେ। ପରେ ସେ ତାଙ୍କ ଘର ନିକଟ ଚୁଆକୁ ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲେ ପରିବାର ଲୋକ ବହୁ ଖୋଜାଖୋଜି ପରେ ଚୁଆରେ ଆୟୁଷୀଙ୍କ ମୃତ ଦେହ ଭାସୁଥିବା ଦେଖି ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ଆୟୁଷୀଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆୟୁଷି କିଭଳି ଚୁଆକୁ ଆସିଥିଲେ ସାଥିରେ ଆଉ କିଏ ଥିଲେ ନା ସେ ଜଣେ ଏବଂ କିଭଳି ତାଙ୍କ ମୃତ୍ୟୁ ହେଲା ତାର ତଦନ୍ତ କରାଯାଉଥିବା ଆଇଆଇଆଇ ସଂଗ୍ରାମ କେଶରୀ ଜେନା କହିଛନ୍ତି। ଆୟୁଷୀଙ୍କ ମୃତ୍ୟୁ ଖବର ଚାରିଆଡେ ପ୍ରଚାରିତ ପରେ ଦୁଃଖର ଛାୟା ଖେଳିଯାଇଛି।

 

Dharitri – Odisha’s No.1 Odia Daily