କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି କାର୍ ଅଟକିଯାଇଛି। ଜଣେ ଯୁବକ ମଧ୍ୟ ଭସାପୋଲରୁ ଖସିପଡିଛନ୍ତି। ଏଯାଏ ସେ ନିଖୋଜ ଥିବା ଜଣାପଡିଛି। ପ୍ରବଳ କୁହୁଡ଼ି ଯୋଗୁ ମହିଁସା କୁଦରେ ୩୦ ମିନିଟ୍ ହେଲା ଅଟକିଛି ଭସାପୋଲ।
ସୂଚନାଯୋଗ୍ୟ, କିଛିଦିନ ଧରି ଅସହ୍ୟ ଥଣ୍ଡା ସାଙ୍ଗକୁ ଘନ କୁହୁଡି ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଘନ କୁହୁଡିରେ ଭସାପୋଲ ଯାତ୍ରୀ ନେଇ ସାତପଡାରୁ ଜହ୍ନିକୁଦା ଆସୁଥିବା ବେଳେ ଚିଲିକା ମଧ୍ୟକୁ ଜଣେ ଯୁବକ ଖସି ପଡ଼ିଥିଲେ। ଅଧଘଣ୍ଟା ପରେ ଭେସଲ କୁ ଅନ୍ୟ ଏକ ଭେସଲ ଟାଣି ଆଣିଥିଲା। ଚିଲିକା ପୋତିହେବା ପରେ ଏହିଭଳି ବହୁଥର ଅଟକୁ ଥିବା ନଜିର ରହିଛି।