ରୋହିତ ଶର୍ମା-ସ୍ତ୍ରୀ ରିତିକା ମଧ୍ୟରେ ପ୍ରବଳ ଝଗଡା: Video ନ ଦେଖିଲେ ସହଜେ କରିବେନି ବିଶ୍ୱାସ

ନୂଆଦିଲ୍ଲୀ,୧୦।୩: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ପ୍ରାୟତଃ ତାଙ୍କ ରେକର୍ଡ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପୁଣିଥରେ ହିଟମ୍ୟାନ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛନ୍ତି, କିନ୍ତୁ ଏଥର, କାରଣ ତାଙ୍କର ଚୌକା, ଛକା କିମ୍ବା ରେକର୍ଡ ନୁହେଁ, ବରଂ ଏକ ମଜାଦାର ଭିଡିଓ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ରୋହିତ ତାଙ୍କ ପତ୍ନୀ ରିତିକାଙ୍କ ସହ ନଜର ଆସିଛନ୍ତି।

ଟି୨୦ ବିଶ୍ୱକପ ବିଜୟ ପରେ ଏବେ ହାତକୁ ଦି’ ହାତ ହେବେ ଏହି କ୍ରିକେଟର୍‌: ବଣ୍ଟାହେଲାଣି କାର୍ଡ

@jyotsana51400 ଆକାଉଣ୍ଟ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶେୟାର କରାଯାଇଥିବା ଭାଇରାଲ ଭିଡିଓରେ ରୋହିତ ଶର୍ମା ଏବଂ ରିତିକା ଷ୍ଟାଡିୟମରେ ଠିଆ ହୋଇ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ସମୟରେ କଥାବାର୍ତ୍ତା କରୁଥିବା ଦେଖାଯାଉଛି। ଏହି ସମୟରେ ରୋହିତ ଟିକେ ବିରକ୍ତ କିମ୍ବା ଗମ୍ଭୀର ଦେଖାଯାଉଛନ୍ତି ଏବଂ ରିତିକା ତାଙ୍କ ସହିତ ଯୁକ୍ତି କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। ଏହି ଭିଡିଓ ଦେଖି ଅନେକ କହିଛନ୍ତି ଯେ, ଜଣେ ପୁରୁଷ ଯେତେ ଷ୍ଟାର ହୁଅନ୍ତୁ ନା କାହିଁକି, ତାଙ୍କ ସ୍ତ୍ରୀଙ୍କ ଆଗରେ ପ୍ରାୟ ପ୍ରତ୍ୟେକ ସ୍ବାମୀଙ୍କ ଅବସ୍ଥା ସମାନ।

Dharitri – Odisha’s No.1 Odia Daily

Share