ବିସିସିଆଇ ବୈଠକରେ ବଡ଼ ନିଷ୍ପତ୍ତି: ଏହି ଦେଶରେ ଖେଳାଯିବ ଆଇପିଏଲ୍‌-୨୦୨୧ର ବାକି ମ୍ୟାଚ୍‌

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ର ଚଳିତ ସିଜନ୍‌ର ଅବଶିଷ୍ଟ ମ୍ୟାଚ୍‌ ୟୁଏଇରେ ଖେଳାଯିବ। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ବାକିଥିବା ମ୍ୟାଚ୍‌ ଖେଳାଯିବାନେଇ ଶନିବାର ବିସିସିଆଇର ସ୍ପେଶାଲ ଜେନେରାଲ ମିଟିଂ(ଏସ୍‌ଜିଏମ୍‌)ରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିନିମନ୍ତେ ୟୁଏଇ ବୋର୍ଡ ରାଜି ହୋଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, କରୋନା ଯୋଗୁ ୨୦୨୦ ଆଇପିଏଲ୍‌ ୟୁଏଇରେ ଅନୁଷ୍ଠିତ ହୋଇଥିଲା। ହେଲେ ବାୟୋ ବବଲ୍‌ ମଧ୍ୟରେ ୨୦୨୧ ଆଇପିଏଲ୍‌ ଖେଳାଯାଉଥିଲେ ହେଁ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ କରୋନାରେ ଆକ୍ରାନ୍ତ ହେବା ଜଣାପଡ଼ିଥିଲା। ଏହାପରେ ଟୁର୍ନାମେଣ୍ଟକୁ ସ୍ଥିଗିତ ରଖାଯାଇଥିଲା। ସେତେବେଳେ ୨୯ ମ୍ୟାଚ୍‌ ଖେଳାଯାଇଥିବା ବେଳେ ୩୧ ମ୍ୟାଚ୍‌ ବାକିଥିଲା।