ବଟେଶ୍ୱର ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ହେଲା ବଡ଼ ନିଷ୍ପତ୍ତି: ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଥମ ଥର ହେବ…

ଗଞ୍ଜାମ ,୧୦।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବ ପୀଠ ଅବସ୍ଥିତ। ବର୍ତ୍ତମାନ ପବିତ୍ର ଧାର୍ମିକ କାର୍ତ୍ତିକ ମାସ ଆରମ୍ଭ ହୋଇ ଯାଇଥିବା ବେଳେ ଆସନ୍ତା ୫ରେ ସେଠାରେ ବାଲିଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ବଟେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବଟେଶ୍ୱର ଐତିହ୍ୟ ସରଂକ୍ଷଣ କମିଟି ଉପସଭାପତି ଶବର କୁମାର ତରାଇ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ରଞ୍ଜିତ କୁମାର ପଲାଇ ସଂଯୋଜନା କରିଥିଲେ । ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ଛତ୍ରପୁର ଏସଡିପିଓ ଚନ୍ଦନ ଘଡ଼ାଇ, ରମ୍ଭା ଥାନା ଆଇଆଇସି କୁମାର ମୁଦୁଲି, ହୁମା ଫାଣ୍ଡି ଅଧିକାରୀ ସତ୍ୟଜିତ ବେଣିଆ, କମିଟି ସଭାପତି ପିତାମ୍ବର ସ୍ବାଇଁ, ପୂର୍ବତନ ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ସରପଞ୍ଚ ତଥା ଉପଦେଷ୍ଟା ଦିଲ୍ଲୀପ କୁମାର ଛୋଟରାଏ ଯାତ୍ରା ସମୟରେ କ’ଣ କ’ଣ ସୁବିଧା ଅସୁବିଧା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ଥର ପାଇଁ ସିସିଟିଭି ନଜରରେ ରହିବ ବଟେଶ୍ୱର ଶୈବ ପୀଠ, ବାଲିଯାତ୍ରା ପଡିଆ ଓ ସମୁଦ୍ର ବେଳାଭୂମ। ଏଥିସହ ପାର୍କିଂ ସ୍ଥଳରେ ମଧ୍ୟ ସିସିଟିଭି ଲଗାଯିବା ପାଇଁ ସ୍ଥିର ହୋଇଥିଲା । ଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ କମିଟି ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମ ରହିବ ଏବଂକମିଟିର ୮୦ ଜଣ ସ୍ବେଚ୍ଛାସେବୀ ପୋଲିସକୁ ସହଯୋଗ କରିବେ ବୋଲି ମତ ପ୍ରକାଶ ପାଇଥିଲା। ଛଅ ଖଣ୍ଡ ଗ୍ରାମ ଦ୍ୱାରା ପରିଚାଳିତ ଏହି ଯାତ୍ରା ପ୍ରସ୍ତୁତି ବୈଠକରେ କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ବାଇଁ,କୋଷାଧକ୍ଷ ନିରାକାର ଜେନା, ବୃନ୍ଦାବନ ପ୍ରଧାନ, ଶିବରାମ ପଲାଇ, ଦୁର୍ଯ୍ୟୋଧନ ରେଡି, ତ୍ରିନାଥ ରେଡି ଯୁଧିଷ୍ଠିର ରେଡି, ମୁସଲେୟl, ସାଇରାମଙ୍କ ସମେତ ଅନ୍ୟାନ୍ୟ କମିଟି ସଦସ୍ୟ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

 

Share
Tags: odisha