Categories: Home Leftଖେଳ

ଅଷ୍ଟ୍ରେଲିଆ-ପାକିସ୍ତାନ ସିରିଜ୍‌ର କାର୍ଯ୍ୟସୂଚୀରେ ହୋଇପାରେ ବଡ଼ ପରିବର୍ତ୍ତନ

କରାଚୀ,୨୪ା୧୧: ଆସନ୍ତା ବର୍ଷ ମାର୍ଚ୍ଚରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ। ସେହି ମାସରେ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଖେଳାଯିବାକୁ ଥିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ଉକ୍ତ ଅନ୍ତର୍ଜାତୀୟ ସିରିଜ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ଲାଗି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ସହ ଆଲୋଚନା କରିଥିବା ଜଣାପଡିଛି।

ଅଷ୍ଟ୍ରେଲିଆ ଦଳର ପାକିସ୍ତାନ ଟୁରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପୂର୍ବ କାର୍ଯ୍ୟସୂଚୀ ମୁତାବକ, ଅଷ୍ଟ୍ରେଲିଆ ପ୍ରଥମେ ଜାନୁଆରୀ ୩୦ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଓ ମାର୍ଚ୍ଚ ୧୩ରୁ ୧୯ ପର୍ଯ୍ୟନ୍ତ ଦିନିକିଆ ସିରିଜ୍‌ ଖେଳିବାର କାର୍ଯ୍ୟକ୍ରମ ଥିଲା।