ନୂଆଦିଲ୍ଲୀ,୨୧।୭: EPFOର EDLI ବା ଏମ୍ପ୍ଲୋଇସ ଡିପୋଜିଟ ଲିଙ୍କଡ ଇନ୍ସୁରାନ୍ସ ଯୋଜନାର ନିୟମରେ ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି ଯଦି ଜଣେ କର୍ମଚାରୀଙ୍କ ପିଏଫ ବାଲାନ୍ସ ୫୦,୦୦୦ ଟଙ୍କାରୁ କମ ଥାଏ, ତେବେ ମଧ୍ୟ ତାଙ୍କ ମୃତ୍ୟୁ ପରେ କର୍ମଚାରୀଙ୍କ ପରିବାରକୁ ଅତି କମରେ ୫୦,୦୦୦ ଟଙ୍କାର ବୀମା ଲାଭ ମିଳିବ। ପୂର୍ବରୁ ଏହି ଲାଭ ପାଇବା ପାଇଁ କର୍ମଚାରୀଙ୍କ ଆକାଉଣ୍ଟରେ ନିର୍ଦ୍ଦିଷ୍ଟ ବାଲାନ୍ସ ରହିବା ଆବଶ୍ୟକ ଥିଲା, କିନ୍ତୁ ବର୍ତ୍ତମାନ ଏହି ସର୍ତ୍ତକୁ ହଟାଇ ଦିଆଯାଇଛି। ଏହା କର୍ମଚାରୀମାନଙ୍କୁ ଲାଭ ଦେବ ଯେଉଁମାନେ କମ ଦରମା କ୍ଷେତ୍ରରେ କାମ କରୁଛନ୍ତି। ଏବଂ ଯେଉଁମାନଙ୍କର ଅନ୍ୟ କୌଣସି ବୀମା ସୁରକ୍ଷା ନାହିଁ। ଯଦି ଜଣେ କର୍ମଚାରୀ ଚାକିରି ସମୟରେ ଶେଷ PF ଅବଦାନର ୬ ମାସ ମଧ୍ୟରେ ମୃତ୍ୟୁବରଣ କରନ୍ତି। ତେବେ ଏହି ଯୋଜନା ଅନୁଯାୟୀ ପରିବାରକୁ ମଧ୍ୟ ବୀମା ରାଶି ଦିଆଯିବ। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ଫଳରେ ଏବେ ଲକ୍ଷ ଲକ୍ଷ EPF ଆକାଉଣ୍ଟଧାରୀ ଲାଭ ପାଇବେ।
ଏହି ଯୋଜନାରେ ଆଉ ଏକ ପରିବର୍ତ୍ତନ ମଧ୍ୟ କରାଯାଇଛି। ଯଦି ଜଣେ କର୍ମଚାରୀଙ୍କ ଦୁଇଟି ଚାକିରି ମଧ୍ୟରେ ୬୦ ଦିନ ପର୍ଯ୍ୟନ୍ତ ବ୍ୟବଧାନ ଥାଏ, ତେବେ ଏହାକୁ ଆଉ ବିରତି ଭାବରେ ବିବେଚନା କରାଯିବ ନାହିଁ। ସମସ୍ତ ଚାକିରିକୁ ମିଶ୍ରଣ କରି ନିରନ୍ତର ସେବା ଭାବରେ ବିବେଚନା କରାଯିବ ଏବଂ ବୀମାର ସମ୍ପୂର୍ଣ୍ଣ ଲାଭ ମିଳିବ।