ବିଜାପୁର ମାଓବାଦୀ ସଂଗଠନକୁ ବଡ଼ ଧକ୍କା

ମାଲକାନଗିରି,୨୮ା୪: ଛତିଶଗଡ଼ ବିଜାପୁରରେ ୨୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ରେ ମାଓବାଦୀ ଦମନ ଅଭିଯାନ ଜୋର୍‌ଦାରରେ ଚାଲିଥିବା ବେଳେ ଅନେକ ପୋଲିସ ଗୁଳିରେ ନିହତ ହୋଇଛନ୍ତି। ଏହି କ୍ରମରେ ପଶ୍ଚିମ ବସ୍ତର ଡିଭିଜନର ୨୪ ମାଓବାଦୀ ସଙ୍ଗଠନ ଛାଡ଼ି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କ ନାମରେ ୨୮.୫୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିବା ବେଳେ ଏମାନେ ଅନେକ ହିଂସାରେ ଜଡ଼ିତ ଥିଲେ।

ଏପରିକି ଶାନ୍ତି ବାର୍ତ୍ତା ପାଇଁ ପୁଣି ପତ୍ର ଜାରି କରିଛି କେନ୍ଦ୍ରୀୟ ମାଓବାଦୀ ସଂଗଠନ। ଅନୁକୂଳ ବାତାବରଣ ସୃଷ୍ଟି କଲେ ସଂଗଠନ ଶାନ୍ତି ବାର୍ତ୍ତାରେ ସାମିଲ ହେବ ବୋଲି ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି। ଅନ୍ୟପକ୍ଷେ ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ସାଧାରଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି।