ଡାଓର୍ବିନ,୧୪ା୮: ଅଷ୍ଟ୍ରେଲିଆର ଉଦୀୟମାନ ଅଲରାଉଣ୍ଡର ମିଚେଲ ଓଓ୍ବେନ କନକଶନ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ବ୍ୟାଟିଂ କରୁଥିବା ବେଳେ ବଲ ତାଙ୍କ ହେଲମେଟ ଗ୍ରିଲରେ ବାଜିଥିଲା।
ଯଦି ଓ ସେ ଫିଲ୍ଡରେ କନକଶନ ଟେଷ୍ଟରେ ପାସ୍ କରିଥିଲେ, କିନ୍ତୁ ତାଙ୍କଠାରେ ବିଳମ୍ବରେ ଲକ୍ଷଣ ଦେଖାଯାଇଥିଲା। କ୍ରିକେଟ୍ ଅଷ୍ଟ୍ରେଲିଆ(ସିଏ)ର କନକଶନ ଗାଇଡଲାଇନ ଅନୁଯାୟୀ, ଓଓ୍ବେନଙ୍କୁ ୧୨ ଦିନ ପର୍ଯ୍ୟନ୍ତ ବିଶ୍ରାମ କରିବାକୁ ପଡ଼ିବ। ଏହି ସମୟ ମଧ୍ୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ତା’ର ଅନ୍ତିମ ଟି୨୦ ଓ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ଏହାର ଅର୍ଥ ତାଙ୍କୁ ଦିନିକିଆ ପଦାର୍ପଣ ଲାଗି ଅପେକ୍ଷା କରିବାକୁ ପଡ଼ିବ।