Categories: HomeHome Middle

ଆମ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା: ୧୩ କାଉନସିଲର ଦେଲେ ଇସ୍ତଫା

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀରେ ଆମ ଆଦମୀ ପାର୍ଟିର ୧୩ ଜଣ କାଉନସିଲର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ହେମଚନ୍ଦ୍ର ଗୋୟଲଙ୍କ ନେତୃତ୍ୱରେ ଏକ ତୃତୀୟ ସାମ୍ମୁଖ୍ୟ ଦଳ ଗଠନ ହେବାକୁ ଯାଉଛି। ସମସ୍ତ ପୌର ପରିଷଦ ସଦସ୍ୟ ଇସ୍ତଫା ଦେଇ ‘ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦଳର ନେତା ହେବେ ମୁକେଶ ଗୋୟଲ।

ଇସ୍ତଫା ଦେଇଥିବା କାଉନସିଲରଙ୍କ ମଧ୍ୟରେ ଅଛନ୍ତି, ହେମନ ଚାନ୍ଦ ଗୋୟଲ, ଦିନେଶ ଭରଦ୍ୱାଜ, ହିମାନୀ ଜୈନ, ଉଷା ଶର୍ମା, ସାହେବ କୁମାର, ରାଖି କୁମାର, ଅଶୋକ ପାଣ୍ଡେ, ରାଜେଶ କୁମାର, ଅନିଲ ରାଣା, ଦେବେନ୍ଦ୍ର କୁମାର, ହିମାନୀ ଜୈନ।

Share