ମାଲକାନଗିରି,୧୬।୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ୨୨୬ ବାଟାଲିୟନ ସିଆରପିଏଫ୍ ଯବାନ ସ୍ୱତନ୍ତ୍ର ଆମ୍ୱୁସ ଅପରେଶନ କରୁଥିବାବେଳେ ଗୋମଗୁଡ଼ା ଗ୍ରାମର ପୋଡିୟମପାରା ଅଞ୍ଚଳରେ ଏକ ମାଓବାଦୀ ଡମ୍ପ ଠାବ କରିଥିଲେ। ଉକ୍ତ ଡମ୍ପରେ ମାଓବାଦୀମାନେ ଲୁଚାଇ ରଖିଥିବା ବ୍ୟାପକ ବିସ୍ଫୋରକ ସାମଗ୍ରୀକୁ ଯବାନମାନେ ଜବତ କରିଛନ୍ତି। ବିସ୍ଫୋରକ ସମାଗ୍ରୀ ସହ ମାଓବାଦୀମାନେ ବ୍ୟବହାର କରୁଥିବା ସାମଗ୍ରୀ ଜବତ ହୋଇଥିବା ପୋଲିସ କହିଛି।
ଏହି କାର୍ଯ୍ୟାନୁଷ୍ଠାନ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପକୁ ଏକ ବଡ଼ ଧକ୍କା ଦେଇଛି ବୋଲି ସିଆରପିଏଫ୍ର ଦ୍ୱିତୀୟ-ଇନ-କମାଣ୍ଡ ଅଧିକାରୀ ବୀରେନ୍ଦ୍ର କୁମାର କହିଛନ୍ତି। ସୁରକ୍ଷା ବାହିନୀ ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ, ଆଗକୁ ମଧ୍ୟ ସମାନ ଅପରେଶନ ଜାରି ରହିବ ବୋଲି ସେ କହିଛନ୍ତି।