ନାଇଜେରିଆରେ ବଡ଼ ଆକ୍ରମଣ, ଗୁଳି ମାଡ଼ରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ

ଅବୁଜା,୪।୧ : ନାଇଜେରିଆର ଏକ ଗାଁକୁ ବନ୍ଧୁକଧାରୀମାନେ ପୁଣି ଥରେ ଟାର୍ଗେଟ କରିଛନ୍ତି  । ରିପୋର୍ଟ ଅନୁଯାୟୀ ଅତି କମରେ ୩୦ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଅନ୍ୟପଟେ ଅନେକଙ୍କୁ ଅପହରଣ କରାଯାଇଥିବା ଜଣାପଡିଛି । ଗତ କିଛି ଦିନ ମଧ୍ୟରେ ଉତ୍ତର ନାଇଜେରିଆରେ ଏହା ଦ୍ୱିତୀୟ ଏପରି ଘଟଣା।

ଏହି ଆକ୍ରମଣ ସମ୍ପର୍କରେ ସ୍ଥାନୀୟ କ୍ୟାଥୋଲିକ ଚର୍ଚ୍ଚ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛି । ଚର୍ଚ୍ଚ କହିଛି ଯେ ବନ୍ଧୁକଧାରୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଅତି କମରେ ୪୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ବନ୍ଧୁକଧାରୀଙ୍କ ଦ୍ୱାରା ଅପହୃତ ହୋଇଥିବା ଲୋକଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ମଧ୍ୟ ଥିଲେ। ନାଇଜେରିଆରେ ଏଭଳି ଆକ୍ରମଣ କିଛି ନୂଆ କଥା ନୁହେଁ । କିଛି ମାସ ପୂର୍ବରୁ, ବନ୍ଧୁକଧାରୀମାନେ ସମାନ ଆକ୍ରମଣରେ ୨୦୦ରୁ ଅଧିକ ସ୍କୁଲ ପିଲା ଏବଂ ସେମାନଙ୍କ ଶିକ୍ଷକଙ୍କୁ ଅପହରଣ କରିଥିଲେ ।

 

Dharitri – Odisha’s No.1 Odia Daily