Railway Budget 2025: ରେଳ ବଜେଟ୍‌କୁ ନେଇ ବଡ଼ ଘୋଷଣା, ଚାଲିବ ଏତେ ଟ୍ରେନ, ଓଡ଼ିଶାକୁ…

ନୂଆଦିଲ୍ଲୀ,୨।୨: ସଂସଦରେ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ। ବଜେଟ ଆଗତ ହେବା ପରେ ପରେ ରେଳ ବଜେଟ ଘୋଷଣା କରାଯାଇଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ ର୍ନିମଳା ସୀତାରାମନ ସଂସଦରେ ବଜେଟ ଉପସ୍ଥାପନର କରିଥିଲେ । ଆଉ ଏହାର କିଛି ସମୟ ପରେ ରେଳ ବଜେଟ ଘୋଷଣା କରାଯାଇଛି । ମୋଟ ୨.୫୨ ଲକ୍ଷ କୋଟି ଟଙ୍କାର ରେଳ ବଜେଟ ଘୋଷଣା କରାଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବେଷ୍ଣବ ରେଳ ବଜେଟ ଘୋଷଣା କରିଛନ୍ତି ।

ଏଥର ରେଳ ବଜେଟରେ ବିଶେଷ କରି ଯାତ୍ରୀ ନିରାପତ୍ତା ଓ ବିଦ୍ୟୁତକରଣ ଉପରେ ଫୋକସ କରାଯାଇଛି । ଦେଶରେ ଚାଲିବ ୧୦୦ ନୂଆ ‘ଅମୃତ ଭାରତ’ ଏବଂ ୫୦ଟି ‘ନମୋ ଭାରତ’ ଟ୍ରେନ । ସେହିଭଳି ଆଉ ୨୦୦ଟି ‘ବନ୍ଦେ ଭାରତ’ ଟ୍ରେନ ଗଡ଼ିବା ନେଇ ନିଷ୍ପତ୍ତି ନେଇଛି ରେଲଓ୍ବେ । ରେଳ ପଥର ଭିତ୍ତିଭୂମି ମଧ୍ୟ ସୁଦୃଢ କରିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି । ଦେଶରେ ଆଉ ୧ ହଜାର ବ୍ରିଜ ଏବଂ ଅଣ୍ଡର ପାସ ର୍ନିମାଣ କରାଯିବ । ଯେଉଁଠି ଆବଶ୍ୟକତା ଅଛି ସେଠାରେ ଅଗ୍ରାଧିକାର ଭିତ୍ତିରେ ବ୍ରିଜ ଏବଂ ଅଣ୍ଡର ପାସ ର୍ନିମାଣ କରିବାକୁ ଯାଉଛନ୍ତି ସରକାର । କେବଳ ସେତିକି ନୁହେଁ ଯାତ୍ରୀ ନିରାପତ୍ତା ବାବଦରେ ମୋଟ ୧ ଲକ୍ଷ ୧୬ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।