ନୂଆଦିଲ୍ଲୀ,୨୧ା୧୦: ନିକଟରେ ଏଏଫ୍ସି ୧୭ ବର୍ଷରୁ କମ୍ ଏସିଆ କପ୍ ପାଇଁ ପ୍ରଥମଥର ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ମହିଳା ଦଳ ଲାଗି ସର୍ବଭାରତୀୟ ଫୁଟ୍ବଲ ମହାସଂଘ(ଏଆଇଏଫ୍ଏଫ୍) ମଙ୍ଗଳବାର ୨୫,୦୦୦ ଆମେରିକୀୟ ଡଲାର ପୁରସ୍କାର ଘୋଷଣା କରିଛି।
ଭାରତ ବିଶ୍କେକ୍ଠାରେ ଗତ ସପ୍ତାହରେ ଉଭୟ କିର୍ଗିଜ୍ସ୍ତାନ ଓ ଉଜ୍ବେକିସ୍ତାନକୁ ସମାନ ୨-୧ ଗୋଲ୍ ବ୍ୟବଧାନରେ ପରାସ୍ତକରି ଗ୍ରୁପ୍ ‘ଜି’ର ଶୀର୍ଷ ସ୍ଥାନରେ ରହିଥିଲା। ଫଳରେ ଏହି ବୟସ ବର୍ଗରେ ଭାରତ ପ୍ରଥମଥର ମହାଦେଶୀୟ ଯୋଗ୍ୟତା ହାସଲ କରିପାରିଛି। ଭାରତର ୧୭ ବର୍ଷରୁ କମ୍ ଦଳ ୨୦୦୫ ଏସିଆ କପ୍ରେ ମଧ୍ୟ ଅଂଶଗ୍ରହଣ କରିଥିଲା। ସେତେବେଳେ ଯୋଗ୍ୟତା ପର୍ଯ୍ୟାୟ ବ୍ୟବସ୍ଥା ନ ଥିଲା।