Categories: HomeHome Left

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା ୩ ମାସରେ ଶତ ପ୍ରତିଶତ ବଜେଟ୍‌ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ରହିଛି। ବଜେଟ ଖର୍ଚ୍ଚ ସମୀକ୍ଷା ପରେ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୭ ସୁଦ୍ଧା ୭୫ ହଜାରରୁ ଅଧିକ ରାସ୍ତା ନିର୍ମାଣ ଲକ୍ଷ୍ୟ ରହିଛି। ଏବେ ୩୦ ହଜାରରୁ ଅଧିକ ରାସ୍ତା ନିର୍ମାଣ ସରିଥିବା କହିଛନ୍ତି ମନ୍ତ୍ରୀ। ସମୟସୀମା ମଧ୍ୟରେ ସବୁ କାମ ସାରିବାକୁ ଟାର୍ଗେଟ୍‌ ଦିଆଯାଇଛି। ଏବେ ୫୩% ବଜେଟ୍‌ ଖର୍ଚ୍ଚ ସରିଛି, ୩ ମାସରେ ୧୦୦% ଖର୍ଚ୍ଚ ସରିବ। ଗତ ସରକାରରେ ୯୨ଟି ବ୍ରିଜ୍‌କୁ ଆପ୍ରଚ ରୋଡ୍‌ ନ ଥିଲ। ବର୍ତ୍ତମାନ ସୁଦ୍ଧା ୫୦ଟି ବ୍ରିଜ୍‌ ପାଇଁ ଜମି ଅଧିଗ୍ରହଣ ସରିଲାଣି ବୋଲି ମନ୍ତ୍ରୀ ସୂଚନା ଦେଇ କହିଛନ୍ତି।

Dharitri –Odisha’s No.1 Trusted Odia Daily