ବ୍ୟାଙ୍କକ୍,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ ଶନିବାର ୨ ଦେଶ ଏକ ଯୁଦ୍ଧବିରତି ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ଉକ୍ତ ଚୁକ୍ତିନାମା ତୁରନ୍ତ କାର୍ଯ୍ୟକାରୀ କରାଯାଇଛି।
ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପୂର୍ବରୁ ଶନିବାର ସକାଳେ ଥାଇଲାଣ୍ଡ କାମ୍ବୋଡ଼ିଆ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା ବୋଲି କାମ୍ବୋଡ଼ିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଯୁଦ୍ଧବିରତିର ୭୨ ଘଣ୍ଟା ପରେ ବନ୍ଦୀ ଥିବା ୧୮ କାମ୍ବୋଡ଼ିଆ ସୈନ୍ୟଙ୍କୁ ଫେରାଇଦେବା ପାଇଁ ଥାଇଲାଣ୍ଡକୁ କୁହାଯାଇଛି।