ମୁମ୍ବାଇ,୫।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍ରେ ସଞ୍ଜୁ ସାମସନ ୪୨ ବଲରେ ୮୯ ରନ୍ କରିଥିଲେ। ଟି୨୦ ବିଶ୍ୱକପ୍ ନକ୍ଆଉଟ୍ ମ୍ୟାଚ୍ରେ ସଞ୍ଜୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି।
କୋହଲି ୨୦୧୬ ଟି୨୦ ବିଶ୍ୱକପ୍ରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ସେମିଫାଇନାଲରେ ଅପରାଜିତ ୮୯ ରନ କରିଥିଲେ। ତେବେ ଟି୨୦ ବିଶ୍ୱକପ୍ ନକ୍ଆଉଟ୍ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ରନ କରିବାର ରେକର୍ଡ ଫିନ ଆଲେନଙ୍କ ନାମରେ ରହିଛି। ସେ ଦକ୍ଷିଣ ଅଫ୍ରିକା ବିପକ୍ଷ ସେମିଫାଇନାଲରେ ଅପରାଜିତ ୧୦୦ ରନ କରିଥିଲେ। ଏହି ତାଲିକାରେ ସାମସନ ଚତୁର୍ଥ ସ୍ଥାନରେ ରହିଛନ୍ତି।
ସୂଚନା ଯୋଗ୍ୟ, ସଞ୍ଜୁ ୧୫ ରନ୍ରେ ବ୍ୟାଟିଂ କରୁଥିବା ବେଳେ ଏକ ଜୀବନଦାନ ପାଇଥିଲେ। ଇନିଂସର ତୃତୀୟ ଓଭରରେ ଜୋଫ୍ରା ଆର୍ଚ୍ଚରଙ୍କ ବଲରେ ଇଂଲଣ୍ଡ ଅଧିନାୟକ ହ୍ୟାରୀ ବ୍ରୁକ ସାମସନଙ୍କ କ୍ୟାଚ୍ ହାତଛଡ଼ା କରିଥିଲେ।