ସ୍ତ୍ରୀଙ୍କ ପାଇଁ ଫେସ୍‌ବୁକ୍‌ ଛାଡିଥିଲେ ଏହି କ୍ରିକେଟର୍‌, ଜାଣନ୍ତୁ କାହିଁକି

ଭାରତର ଷ୍ଟାର୍‌ ବୋଲର ଭୁବନେଶ୍ୱର କୁମାର ୨୦୧୭ରେ ପଡୋଶୀ ନୁପୁର ନାଗରଙ୍କୁ ବିବାହ କରିଥିଲେ। ନୁପୁର ପେଶାରେ ଜଣେ ଇଞ୍ଜିନିୟର। ଏମଏନସି କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ନୁପୁରଙ୍କ ପିଲାଦିନ ଡେରାଡୁନରେ କଟିଛି। ଏହାପରେ ନୋଏଡାରେ ସେ ବିଟେକ୍‌ କରିଥିଲେ। ନୁପୁର ଏବଂ ଭୁବନେଶ୍ୱର ଉଭୟଙ୍କ ପିତା ପୋଲିସ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ପଡୋଶୀ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ପିଲାଦିନରୁ ବନ୍ଧୁତା ଥିଲା। ନୁପୁରଙ୍କ ଯୋଗୁ ଫେସବୁକ୍‌ ଛାଡିଥିଲେ ଭୁବନେଶ୍ୱର। ଏକ ସାକ୍ଷାତକାରରେ ନୁପୁର କହିଥିଲେ, ଭୁବି ଅଚାନକ ଟୁଇଟରକୁ ଆସିଥିଲେ। ତାଙ୍କୁ ଫେସବୁକ୍‌ ପାସଓ୍ବାର୍ଡ ମାଗିଥିଲି। କିନ୍ତୁ ଗୋଟିଏ ଡାଏଲଗ୍‌ ସ୍ପେସ୍‌ ଦେବା ଜରୁରୀ କହି ଦେବାକୁ ସେ ମନା କରିଦେଇଥିଲେ।
ସହଜରେ ହାର ମାନି ନ ଥିଲେ ନୁପୁର। ସେ ପରଦିନ ସକାଳୁ କହିଥିଲେ ଦେଖ ଏ ତୁମର ଫେସବୁକ୍‌ ପାସଓ୍ବାର୍ଡ। ସେ ସମୟରେ ଭୁବି ଆଶ୍ଚର୍ଯ୍ୟ ହୋଇ ଚାହିଁି ରହିଥିଲେ। ସେତେବେଳକୁ ନୁପୁର ତାଙ୍କ ଫେସବୁକ୍‌ ହ୍ୟାକ୍‌ କରିସାରିଛନ୍ତି। ସେଦିନଠାରୁ ଭୁବନେଶ୍ୱର ଫେସବୁକ୍‌ ବ୍ୟବହାର କରିବା ବନ୍ଦ କରିଦେଇଥିଲେ।