Categories: Home Leftଖେଳ

କ୍ରିକେଟରୁ ସନ୍ୟାସ ନେବେ ଭୁବନେଶ୍ୱର କୁମାର!

ନୂଆଦିଲ୍ଲୀ,୨୮।୭: ଟିମ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ ଠାରୁ ଦୂରରେ ରହିଛନ୍ତି। ନଭେମ୍ବର ୨୦୨୨ରେ ଭୁବନେଶ୍ୱର ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ। ଏହା ପରେ ସେ ଟିମ ଇଣ୍ଡିଆକୁ ଫେରିନାହାନ୍ତି। ନିକଟରେ ଭୁବନେଶ୍ୱର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ବାୟୋରେ ପରିବର୍ତ୍ତନ କରିଛନ୍ତି। ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କ ଅବସର ନେଇ ଆଲୋଚନା ଆରମ୍ଭ ହୋଇଛି।

ଭୁବନେଶ୍ୱର ଭାରତୀୟ କ୍ରିକେଟରକୁ ଇନଷ୍ଟାଗ୍ରାମ ଆକାଉଣ୍ଟ ବାୟୋରୁ ହଟାଇ ଦେଇଛନ୍ତି। ଏହା ବଦଳରେ ସେ କେବଳ ଭାରତୀୟ ଲେଖିଛନ୍ତି। ଭୁବନେଶ୍ୱରର ଏହି ପରିବର୍ତ୍ତନ ପାଇଁ ଆଲୋଚନା ହେଉଛି। ଟୁଇଟରରେ ଅନେକ ଉପଭୋକ୍ତା କ୍ରିକେଟର୍‌ଙ୍କ ଅବସର ନେଇ ଟୁଇଟ୍‌ କରିଛନ୍ତି। ତେବେ ଭୁବନେଶ୍ୱରଙ୍କୁ ଏ ସମ୍ପର୍କରେ କୌଣସିି ପ୍ରତିକ୍ରିୟା ମିଳିନାହିଁ।