Categories: Home Leftଖେଳ

ଭୁବନେଶ୍ୱର ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୩୧।୧୦(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ କରାଟେ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ସବ୍‌ଜୁନିୟର କରାଟେ ପ୍ରତିଯୋଗିତା ଶେଷ ହୋଇଛି। ଉତ୍କଳ କରାଟେ ସ୍କୁଲ ପରିସରରେ ଗତ ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ଭୁବନେଶ୍ୱର ଦଳଗତ ଚାମ୍ପିୟନ ହୋଇଛି। ଓଡ଼ିଶା କରାଟେ ସଂଘ ସ୍ବିକୃତିପ୍ରାପ୍ତ ରାଜ୍ୟର ୧୬ଟି ଜିଲା କରାଟେ ଆସୋସିଏଶନରୁ ମୋଟ ୪୨୩ କରାଟେକା ଏଥିରେ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱର ଦଳ ୪୦ ସ୍ବର୍ଣ୍ଣ, ୨୪ ରୌପ୍ୟ ଓ ୪୩ ବ୍ରୋଞ୍ଜ ସହ ମୋଟ ୧୦୭ ପଦକ ହାସଲ କରି ପ୍ରଥମସ୍ଥାନ ଅଧିକାର କରିଛି। କୋରୋପୁଟ ୧୨ ସ୍ବର୍ଣ୍ଣ, ୧୫ ରୌପ୍ୟ ଓ ୧୦ ବ୍ରୋଞ୍ଜ ସହ ରନରଅପ୍‌ ହୋଇଛି। ପ୍ରତିଯୋଗିତା ଅବସରରେ ସନତ କୁମାର ନାୟକ, କାଳି ପ୍ରସାଦ ନନ୍ଦ, ଦୁର୍ଗା ପ୍ରସାଦ ସାମନ୍ତରାୟ, ବ୍ରହ୍ମ ପ୍ରକାଶ ପଟ୍ଟନାୟକ ପ୍ରମୁଖ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସୁରେଶ ଚନ୍ଦ୍ର ଜାଲ, ସମୀର ବହିଦାର, ହୃଦୟ ଶବର, ସୁମନ୍ତ ପଣ୍ଡା, ଏମ.ଡି. ରହମଦ, ଭବାନୀ ପଣ୍ଡା, ସର୍ବେଶ ଅଗ୍ରଓ୍ବାଲ, ଦେବବ୍ରତ ସମାଦାର, ଦେବେନ୍ଦ୍ର ରାଣା, କ୍ରିଷ୍ଣା ଶିକାରୀ, ଖାରବେଳ ମଲିକ, ଦୀପକ ସାମନ୍ତରା, ମହେଶ ବରାଳ, ସନକ ଦେଓ, ଅରବିନ୍ଦ ବାରିକ ଓ ରାଜୀବ ସିଂ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ରାଜ୍ୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରତିଯୋଗୀଙ୍କ ପ୍ରଦର୍ଶନକୁ ଭିତ୍ତି କରି ଆସନ୍ତା ୧୭ରୁ ୧୯ ପର୍ଯ୍ୟନ୍ତ ଦିଲ୍ଲୀରେ ହେବାକୁଥିବା ଆନ୍ତଃଜୋନ ଓ ଜାତୀୟ ସବ୍‌ଜୁନିୟର ପ୍ରତିଯୋଗିତା ନିମନ୍ତେ ଦଳ ପଠାଯିବ ବୋଲି ଓଡ଼ିଶା ରାଜ୍ୟ କରାଟେ ସଂଘ ସମ୍ପାଦକ ଗୌରୀ ମହାନ୍ତି ସୂଚନା ଦେଇଛନ୍ତି।