Categories: Home Leftଖେଳ

ଭୁବନେଶ୍ୱର ଆନ୍ତଃସ୍କୁଲ ଫୁଟବଲ

ଭୁବନେଶ୍ୱର, ୮।୮ (ତପନ ସ୍ବାଇଁ): ୟୁନିଟ-୬ ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଭୁବନେଶ୍ୱର ଆନ୍ତଃସ୍କୁଲ ଫୁଟବଲ ପ୍ରତିଯୋଗିତା ଚଳିତ ମାସ ତୃତୀୟ ସପ୍ତାହରେ ଆରମ୍ଭ ହେବ। କୋଭିଡ୍‌ ମହାମାରୀ ଏବଂ ଅନ୍ୟ କେତେକ ଅନିବାର୍ଯ୍ୟ କାରଣ ବଶତଃ ଏହି ପ୍ରତିଯୋଗିତା ଗତ ୨-୩ ବର୍ଷ ଧରି ବନ୍ଦ ରହିଥିଲା। ଏଥିପାଇଁ ସମସ୍ତ ବିଦ୍ୟାଳୟକୁ ଚିଠି ପଠାଯାଇ ସାରିଛି। ଏଥିରେ ଭାଗ ନେବାକୁ ଇଚ୍ଛୁକ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଆସନ୍ତା ୧୫ ତାରିଖ ସୁଦ୍ଧା ସମ୍ମତି ଜଣାଇବାକୁ ପଡ଼ିବ ବୋଲି ଆସୋସିଏଶନ ସମ୍ପାଦକ ଦିଲୀପ ଦାସ ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟ ସମ୍ପର୍କରେ ଅନ୍ୟକିଛି ଜାଣିବାକୁ ଚାହୁଁଥିବା ସ୍କୁଲର କର୍ମକର୍ତ୍ତାମାନେ ଦିଲୀପ ଦାସ, ଗିରିଜା ଶଙ୍କର ଦାସ କିମ୍ବା ଚିତ୍ତରଞ୍ଜନ ପାତ୍ରଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ଆସୋସିଏଶନ ସଭାପତି ତପନ କୁମାର ମହାନ୍ତି କହିଛନ୍ତି।