ପଦ୍ମପୁର,୧୬।୧(ପ୍ରଦୀପ୍ତ ଦାଶ): ପଦ୍ମପୁର ଆର୍.ବି ହାଇସ୍କୁଲ ପଡିଆରେ ଚାଲିଥିବା ୩୦ତମ ସର୍ବଭାରତୀୟ ବୋଡ଼ାସମ୍ବର କପ୍ କ୍ରିକେଟ ଟୁର୍ନାମେଣ୍ଟର ଷଷ୍ଠ ଦିବସ ତଥା ପୁଲ୍-‘ବି’ର ଦ୍ୱିତୀୟ ମ୍ୟାଚ୍ ଅମର ସ୍ପୋର୍ଟସ ପୁଣେ ଓ ବାପୁଜୀ କ୍ଲବ୍ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ସମସ୍ତ ଉଇକେଟ୍ ହରାଇ ୩୦୧ ରନ୍ ସଂଗ୍ରହ କରିଥିଲା। ଜବାବରେ ପୁଣେ ଦଳ ୨୮.୨ ଓଭରରେ ସମସ୍ତ ଉଇକେଟ୍ ହରାଇ ୨୦୩ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା। ଭୁବନେଶ୍ୱର ଦଳର ରାକେଶ ପଟ୍ଟନାୟକ ୫୯ ବଲରେ ୧୧୭ ରନ୍ ସଂଗ୍ରହ କରିଥିବା ବେଳେ ପୁଣେ ଦଳର ଅମନ୍ କୋହଲି ୭୧ ବଲରେ ୮୨ ରନ୍ ସଂଗ୍ରହ କରିଥିଲେ। ପୁରସ୍କାର ବିତରଣୀ ସମାରୋହରେ ବସ୍ ମାଲିକ ସଂଘ ସମ୍ପାଦକ ଏସ୍. କେ. ସାମୁଏଲ୍ ହୁସେନ୍ ମୁଖ୍ୟ ଅତିଥି, ବୋଡ଼ାସମ୍ବର କ୍ଲବ୍ର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଦଳର ରାକେଶ ପଟ୍ଟନାୟକଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ। ଶ୍ୟାମ ସୁନ୍ଦର ପଣ୍ଡା ଓ ପ୍ରତାପ ପାତ୍ର ମ୍ୟାଚ୍ ପରିଚାଳନା କରିଥିଲେ। ରିଙ୍କୁ ବରିହା, ଅମରେଶ ବେହେରା ସ୍କୋରର, ରୋହିଣୀ ପାଣ୍ଡେ ଓ କୁମାର ଆନନ୍ଦ ଉଦ୍ଘୋଷକ ଦାୟିତ୍ୱ ତୁଲାଇଥିଲେ।