ଧରାକୋଟ ଖାରିଗୁମ୍ମା ଘଟଣାକୁ ବିଏଚପିର ଦୃଢ଼ ନିନ୍ଦା: କାର୍ଯ୍ୟାନୁଷ୍ଠାନ ଦାବିକରି…

ଭଞ୍ଜନଗର,୨୪୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଖାରିଗୁମ୍ମାରେ ଦୁଇ ଜଣଙ୍କୁ କିଛି ଲୋକ ଅତ୍ୟନ୍ତ ଅମାନୁଷିକ ଭାବେ ଆକ୍ରମଣ କରି ସର୍ବ ସମ୍ମୁଖରେ ଅଧା ଲଣ୍ଡା କରି ବୁଲାଇଲେ। ଏହିଭଳି ଘଟଣାକୁ ବିଶ୍ବ ହିନ୍ଦୁ ପରିଷଦ (ବି ଏଚ୍‌ପି ) ଏବଂ ବଜରଙ୍ଗ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଏ ନେଇ ମଙ୍ଗଳବାର ଅପରାହ୍ନର ଭଞ୍ଜନଗର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ଘୁମୁସର ସାଂଗଠନିକ ଜଲା ସମ୍ପାଦକ ବଟକୃଷ୍ଣ ପଣ୍ଡା ଯୋଗଦେଇ ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ। ଏଥିସହ ଦୋଷିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଉକ୍ତ ଆକ୍ରମଣ ଘଟଣାରେ ଆମ ସଂଗଠନର କୌଣସି ଭୂମିକା ନାହିଁ ବୋଲି ପଣ୍ଡା କହିଥିଲେ। ସେହିଭଳି ବଜରଙ୍ଗ ଦଳ ରାଜ୍ୟ ସହ ସଂଯୋଜକ ରାଜୀବ ନେତ୍ର ଖାଡେଙ୍ଗା ମଧ୍ୟ ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ। ହିନ୍ଦୁ ଧର୍ମକୁ ବଦନାମ କରିବା ପାଇଁ ରାଜନୀତି ଷଡ଼ଯନ୍ତ୍ର ହୋଇଛି। ହେଲେ ଆଗାମୀ ଦିନରେ ତାହାର ଉଚିତ୍‌ ଜବାବ ଦିଆଯିବ ବୋଲି ଖାଡେଙ୍ଗା କହିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଘୁମୁସର ଜିଲା ବଜରଙ୍ଗ ଦଳ ସହ ସଂଯୋଜକ ଅଜୟା ନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share