ଦାରିଙ୍ଗବାଡି,୮।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବିଭାଗର ଡାକ୍ତରୀ ଦଳ ପହଞ୍ଚି ରୋଗୀଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ। ଏହାପରେ ପ୍ରକୃତ ହିତାଧିକାରୀମାନଙ୍କୁ ଚି଼ହ୍ନଟ କରି ପ୍ରମାଣପତ୍ର ବଣ୍ଟନ କରାଯିବ ବୋଲି ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।
ବିଶେଷ କରି ମାନସିକ ଅନଗ୍ରସର, ଅସ୍ଥିଶଲ୍ୟ, ଶିଶୁ ରୋଗୀ, ଚକ୍ଷୁ ଓ ଶ୍ରବଣ ବାଧିତ ରୋଗୀମାନେ ଏହି ଶିବିରକୁ ଆସିଥିବା ଦେଖିବାକୁ ମିଳିଛି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା ଏହି ଶିବିର ପରିଦର୍ଶନ କରିଥିବା ଜଣାପଡିଛି। କାର୍ଯ୍ୟକ୍ରମରେ ଜାଗୃତି ଅନୁଷ୍ଠାନର ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ସମେତ ଧ୍ରୁବ ଚରଣ ନାୟକ,ଅନ୍ତରଙ୍ଗ ଯୁବସଂଘର ଧନେଶ୍ୱର ସାହୁ, ଦିଲୀପ କୁମାର ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଏହି ଶିବିରକୁ ପରିଚାଳନା କରିଥିଲେ।