ପାଲୁରୁ ଗଡ଼ରେ ନିର୍ମାଣ ହେବ ଭରଷା ଅନାଥ ଆଶ୍ରମ: ଉପକୃତ ହେବେ ବେସାହାରା…

ଗଞ୍ଜାମ,୨୬।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ପାଲୁରୁ ଗଡ଼ଠାରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଭରଷା ଅନାଥ ଆଶ୍ରମ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ପାଲୁରୁ ଠାରେ ଅନୁଷ୍ଠିତ ହୋଇ ଥିଲା । ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମର ଉତ୍ସାହି ଯୁବକଙ୍କୁ ନେଇ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସରପଞ୍ଚଙ୍କ ସ୍ବାମୀ ତଥା ଭାଜପା ଯୁବ ନେତା ବିକ୍ରମ କୁମାର ବେହେରା ସଭାପତି, ଉପସଭାପତି ଜିତେନ୍ଦ୍ର କର, ସମ୍ପାଦକ ଅନିଲ କୁମାର ପଟ୍ଟନାୟକ, କୋଷାଧକ୍ଷ ବଳରାମ ପ୍ରଧାନ ପ୍ରମୁଖଙ୍କୁ ସର୍ବ ସନ୍ମତି କ୍ରମେ ଚୟନ କରାଯାଇଛି। ଉକ୍ତ ପଞ୍ଚାୟତ ସରପଞ୍ଚ ସନ୍ତୋଷିନୀ ବେହେରା, ଭିକାରି ବେହେରା ଉପଦେଷ୍ଟା ଥିବା ବେଳେ ବେଣୁପାଣି ସ୍ବାଇଁ, ମଙ୍ଗୁଳୁ ପଲାଇ ଜ୍ୟୋତିରାଜ ବେହେରା ପ୍ରମୁଖ ସଦସ୍ୟ ରହିଛନ୍ତି। ସ୍ଥାନୀୟ ଅଞ୍ଚଳର ଅସହାୟ ତଥା ବେସାହାରା ପିଲା, ବୃଦ୍ଧା ବୃଦ୍ଧଙ୍କୁ ସହଯୋଗ ଏହି ଆଶ୍ରମ ନିର୍ମାଣର ମୁଖ୍ୟ ଲକ୍ଷ୍ୟ ବୋଲି ସଭାପତି ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily